ଖେଳ ଓ ଖେଳାଳି ଓଡିଶା କ୍ରିକେଟ ଆନୁକୁଲ୍ୟରେ ଅନୁଗୁଳରେ କ୍ରିକେଟ ଏକାଡେମୀ ଉଦଘାଟିତ Angul OnlineJuly 19, 2021July 19, 2021 ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଓ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ଶଙ୍କର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏହି କ୍ରିକେଟ ଏକାଡେମୀକୁ ଉନ୍ମଚୋନ କରିଥିଲେ । ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ପ୍ରଚେଷ୍ଟା ଏବଂ ସଂଘର ସମସ୍ତ ସଦସ୍ୟଙ୍କ ସହଯୋଗ ବଳରେ କଦମ ପଡିଆର ଏହି କାର୍ଯ୍ୟକ୍ରମ ଏକ ବାସ୍ତବ ଚିତ୍ରରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଧାନ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବା ଦ୍ଵାରା ଅନୁଗୁଳ ଜିଲ୍ଲାରେ ଲୁକାୟିତ ହୋଇ ରହିଥିବା ବହୁ ପ୍ରତିବାଭାନ ଖେଳାଳିଙ୍କ ପ୍ରତିଭାର ବିକଶିତ ହେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଜିଲ୍ଲା କ୍ରିକେଟ ଖେଳର ଉତ୍ସବ ମୁଖରିତ ହୋଇ ଉଠିବ ଓ ବହୁ ଖେଳାଳି ନିଜ ପ୍ରତିଭାର ପରିଚୟ ଦେବା ସହିତ ରାଜ୍ୟସ୍ତରୀୟ ଖେଳାଳି ଭାବେ ନିଜକୁ ପରିଚିତ କରାଇପାରିବେ । ଫଳରେ ଆଗାମୀ ଦିନରେ ନିଜର କ୍ରିକେଟ ଭବିଷ୍ୟତକୁ ଆଗକୁ ନେବା ପାଇଁ ବଦ୍ଧପରିକର ହେବେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ଉପ-ସଭାପତି ଶ୍ରୀ ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷ୍ପାଳକ, ଯୁଗ୍ମ-ସମ୍ପାଦକ ଶ୍ରୀ ଗଙ୍ଗାଧର ପଟ୍ଟନାୟକ ଓ ଶ୍ରୀ ସତ୍ୟେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀର ସାମନ୍ତ ଓ କାର୍ଯ୍ୟକରି କମିଟର ଶ୍ରୀ ଏସ॰କେ॰ ରଫିକ, ଶ୍ରୀ ଶିବ ରାଉତ, ଶ୍ରୀ ସମରେନ୍ଦ୍ର ମିଶ୍ର ,ଶ୍ରୀ ମାୟାଧର ମିଶ୍ର, ଶ୍ରୀ ବିରେନ ସାମଲ, ଶ୍ରୀ ତାପସ ମହାନ୍ତି, ଶ୍ରୀ ସୂର୍ଯ୍ୟ ରାଉତଙ୍କ ସମେତ ଶ୍ରୀ ସମରେନ୍ଦ୍ର ସ୍ଵାଇଁ, ଶ୍ରୀ ତ୍ରିନାଥ ସାମନ୍ତ, ଶ୍ରୀ ବିଷ୍ଣୁ ଚରଣ ଦାସ, ଶ୍ରୀ ପୀତବାସ ସାହୁ, ଶ୍ରୀ ଦିଲ୍ଲୀପ ଧୀରସାମନ୍ତ, ଶ୍ରୀ ପ୍ରଶାନ୍ତ ସିହ୍ନାଙ୍କ ସମେତ ଜିଲ୍ଲାରୁ କ୍ରିକେଟରେ ପ୍ରତିନିଧିତ୍ଵ କରିଥିବା ବହୁ ପୁରାତନ ଓ ନୂତନ ଖେଳାଳି ଉପସ୍ଥିତ ଥିଲେ । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…
ବସଲା ମା ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଦୀର୍ଘ ୩୩ ବର୍ଷ ପରେ ବସଲା ରେ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଏହି ଟୁର୍ଣ୍ଣାମେଣ୍ଟ ରେ ୬ ଟି ଦଳ ଭାଗ ନେଇଥିଲେ ।…