ମୁଖ୍ୟ ଖବର ଓକିଲ ସଂଘ ନିର୍ବାଚନ ଶେଷ Angul OnlineMarch 26, 2022March 26, 2022 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ୩ ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଭବାନୀ ଶଙ୍କର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଧୃବ ଚରଣ ସାହୁ , ସହସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ଗୋପାଳ ପ୍ରସାଦ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ଭାବେ କୁଶ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ତାଳଚେର ଓକିଲ ସଂଘର ଆଜି ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ସାହୁ ସଭାପତି ଓ ଦୀନବନ୍ଧୁ ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ । ଉପସଭାପତି ଭାବେ ମାନସ ରଞ୍ଜନ ଶତପଥୀ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସଂପାଦକ ଭାବେ ଚିନ୍ମୟ କୁମାର ରାୟ , କୋଷାଧ୍ୟକ୍ଷ ଭାବେ କରୁଣା କର ନାୟକ , ଅଡ଼ିଟର ଭାବେ ବବିତା ଦାସ , ସାଂସ୍କୃତିକ ସଂପାଦକ ଭାବେ ରାଜେନ୍ଦ୍ର ସିଂହ ଓ ସେମିନାର ସଂପାଦକ ଭାବେ ଲଳିତା ମଣି ନାଏକ ନିର୍ବାଚିତ ହୋଇଛନ୍ତି । ଛେଣ୍ଡିପଦା ବାର୍ ଆସୋସିଏସନର ସାଂସ୍କୃତିକ ସମ୍ପାଦକ ପଦବୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଦବୀ ଗୁଡ଼ିକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ପାଇଁ ୨ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବାରୁନ କୁମାର ବେହେରା ସାଂସ୍କୃତିକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ଭାବେ ପଦ୍ମଚରଣ ମାଝୀ, ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ଗଡ଼ନାୟକ, କୋଷାଧ୍ୟକ୍ଷ ଭାବେ ବିଦ୍ୟାଧର ବେହେରା, ଉପସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିଶିର କୁମାର ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । Advertisement
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ଗାଁରେ ସର୍ଭେ ବେଳେ କମ୍ପାନୀ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଗାଁ ନିକଟରେ ଜିଏମଡିସି କମ୍ପାନୀର ସର୍ଭେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ କରିବା ସହିତ ସର୍ଭେ କରୁଥିବା କମ୍ପାନୀ…