ମୁଖ୍ୟ ଖବର ଓକିଲ ସଂଘ ନିର୍ବାଚନ ଶେଷ Angul OnlineMarch 26, 2022March 26, 2022 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ୩ ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଭବାନୀ ଶଙ୍କର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଧୃବ ଚରଣ ସାହୁ , ସହସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ଗୋପାଳ ପ୍ରସାଦ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ଭାବେ କୁଶ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ତାଳଚେର ଓକିଲ ସଂଘର ଆଜି ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ସାହୁ ସଭାପତି ଓ ଦୀନବନ୍ଧୁ ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ । ଉପସଭାପତି ଭାବେ ମାନସ ରଞ୍ଜନ ଶତପଥୀ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସଂପାଦକ ଭାବେ ଚିନ୍ମୟ କୁମାର ରାୟ , କୋଷାଧ୍ୟକ୍ଷ ଭାବେ କରୁଣା କର ନାୟକ , ଅଡ଼ିଟର ଭାବେ ବବିତା ଦାସ , ସାଂସ୍କୃତିକ ସଂପାଦକ ଭାବେ ରାଜେନ୍ଦ୍ର ସିଂହ ଓ ସେମିନାର ସଂପାଦକ ଭାବେ ଲଳିତା ମଣି ନାଏକ ନିର୍ବାଚିତ ହୋଇଛନ୍ତି । ଛେଣ୍ଡିପଦା ବାର୍ ଆସୋସିଏସନର ସାଂସ୍କୃତିକ ସମ୍ପାଦକ ପଦବୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଦବୀ ଗୁଡ଼ିକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ପାଇଁ ୨ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବାରୁନ କୁମାର ବେହେରା ସାଂସ୍କୃତିକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ଭାବେ ପଦ୍ମଚରଣ ମାଝୀ, ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ଗଡ଼ନାୟକ, କୋଷାଧ୍ୟକ୍ଷ ଭାବେ ବିଦ୍ୟାଧର ବେହେରା, ଉପସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିଶିର କୁମାର ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । Advertisement
ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ…
ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ । ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ…
ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି…