ଆଞ୍ଚଳିକ ପଣସ ଖାଇବାକୁ ଆସି ହାତୀ ମୃତ Angul OnlineJune 15, 2021June 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦ୍ୱାରା ତାର ବାଡ ଦିଆ ଯାଇଥାଏ । ଗତକାଲି ରାତିରେ ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ ତାର ବାଡ ସମ୍ପର୍ଶରେ ଆସିଥିଲା । ଆଉ ବିଦ୍ୟୁତ ଆଘାତ ଲାଗି ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା । ସ୍ଥାନୀୟ ଲୋକ ମୃତ ହାତୀ ଦେଖି ବନ ବିଭାଗକୁ ସୂଚନା ଦେଇ ଥିଲେ । ତେବେ ସୋଲାର ତାରରେ ଏତେ ଶକ୍ତ ବିଦ୍ୟୁତ କିଭଳି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ଏ ନେଇ ମଧ୍ୟ ତଦନ୍ତ କରୁଛି । Advertisement
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ – ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଅନୁଗୁଳ – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସଂପୃକ୍ତି ଥିବା ଗୃହ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…