ମୁଖ୍ୟ ଖବର ବୃଦ୍ଧଙ୍କୁ ଦଳିଦେଲା ଦନ୍ତା Angul OnlineDecember 6, 2021December 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଗତ କିଛି ଦିନ ହେଲା ୩୦ ଅଧିକ ହାତୀ ରହି ଫସଲ ନଷ୍ଟ କରିବା ସହ ଗାଁ ନିକଟରେ ବୁଲାବୁଲି କରୁଥିଲେ । ତେବେ ଆଜି ସକାଳୁ ନଳଚନ୍ଦ୍ରପୁର ଗ୍ରାମରେ ବୃଦ୍ଧ ଧନେଶ୍ଵର ଭୁକ୍ତା ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ପଲରୁ ଗୋଟିଏ ହାତୀ ଏକୁଟିଆ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଏକ ଗୋରୁର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଏକ ମୋଟରସାଇକେଲ ଭାଙ୍ଗି ଯାଇଛି । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରିବା ସହ ତଦନ୍ତ କରୁଛି । ଗତ ତିନିଦିନ ହେବ ବଅଁରପାଳ ବ୍ଲକ ଅଞ୍ଚଳରେ ହାତୀ ଉତ୍ପାତ କରିଚାଲିଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇ ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । https://angulonline.com/odia/wp-content/uploads/2021/12/WhatsApp-Video-2021-12-06-at-13.46.08.mp4 Advertisement
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି…
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ…