ମୁଖ୍ୟ ଖବର ବୃଦ୍ଧଙ୍କୁ ଦଳିଦେଲା ଦନ୍ତା Angul OnlineDecember 6, 2021December 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଗତ କିଛି ଦିନ ହେଲା ୩୦ ଅଧିକ ହାତୀ ରହି ଫସଲ ନଷ୍ଟ କରିବା ସହ ଗାଁ ନିକଟରେ ବୁଲାବୁଲି କରୁଥିଲେ । ତେବେ ଆଜି ସକାଳୁ ନଳଚନ୍ଦ୍ରପୁର ଗ୍ରାମରେ ବୃଦ୍ଧ ଧନେଶ୍ଵର ଭୁକ୍ତା ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ପଲରୁ ଗୋଟିଏ ହାତୀ ଏକୁଟିଆ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଏକ ଗୋରୁର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଏକ ମୋଟରସାଇକେଲ ଭାଙ୍ଗି ଯାଇଛି । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରିବା ସହ ତଦନ୍ତ କରୁଛି । ଗତ ତିନିଦିନ ହେବ ବଅଁରପାଳ ବ୍ଲକ ଅଞ୍ଚଳରେ ହାତୀ ଉତ୍ପାତ କରିଚାଲିଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇ ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । https://angulonline.com/odia/wp-content/uploads/2021/12/WhatsApp-Video-2021-12-06-at-13.46.08.mp4 Advertisement
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି…