ମୁଖ୍ୟ ଖବର ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineDecember 6, 2021December 6, 2021 ଅନୁଗୁଳ – ତାଳଚେର-ବଅଁରପାଳ ୧୪୯ ନମ୍ବର ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି ଯିବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ । ସେ ଭୂଷଣ ପ୍ଲାଣ୍ଟକୁ କାର୍ଯ୍ୟ କରିବା ପାଇଁ ଯାଉଥିବା ସମୟରେ ପଛପଟୁ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକ ୧୪୯ ନମ୍ବର ରାଜପଥକୁ ଅବରୋଧ କରି ଧାରଣା ଦେଇଥିଲେ । ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରିଥିଲା । ପରେ ପ୍ରଶାସନ ବୁଝାସୁଝା କରି ଆନ୍ଦୋଳନକାରୀ ମାନଙ୍କୁ ରାସ୍ତାରୁ ହଟେଇବା ପରେ ଜାତୀୟ ରାଜପଥ ୧୪୯ ରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । Advertisement
ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।…
ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ ଛେଣ୍ଡିପଦା – କରୋନାର ପ୍ରକୋପରୁ ଏଇ କିଛିଦିନ ଧରି ଅନୁଗୁଳ ଜିଲ୍ଲା ସାମାନ୍ୟ ଆଶ୍ଵସ୍ତି ପାଇଥିବା ବେଳେ ଆଜି ପୁଣି ତାର ପ୍ରକୋପ ଏହି ଅଦୃଶ୍ୟ ଭୂତାଣୁ…
ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।…