ମୁଖ୍ୟ ଖବର ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ , ମିଶ୍ରପଡାର ବିଶ୍ୱ ନାୟକ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ତାଙ୍କ ଝିଅ ସୁପ୍ରଭାକୁ କାଣ୍ଡସର ଛାଡ଼ିବାକୁ ଯାଉଥିଲେ । ତେବେ ତୁରଙ୍ଗ ନିକଟରେ ସେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରକୁ ଓଭରଟେକ୍ କରୁଥିବା ବେଳେ ମୋଟରସାଇକେଲ ଚକ ଖସି ଯିବାରୁ ବିଶ୍ୱ ଟ୍ୟାଙ୍କର ଚକ ତଳେ ପଡି ଯାଇଥିବା ବେଳେ ସୁପ୍ରଭା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଙ୍କ ମୃତ୍ୟୁ ହୋଇଥିଲା । ଝିଅ ସୁପ୍ରଭାଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ମୋଟରସାଇକେଲକୁ ଜବତକରି ଏକ ମାମଲା ରୁଜୁ କରିଛି । ଟ୍ୟାଙ୍କର ଚାଳକ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । Advertisement
ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…
ଦୁଇ ନାବାଳକଙ୍କୁ ବାନ୍ଧି ନିସ୍ତୁକ ମାଡ – ମାଛ ମାରିଲେ ବୋଲି ସନ୍ଦେହରେ ମାଡ ମାରିଲେ ପୋଖରୀ ମାଲିକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାଢିପ ସାହିରେ ପୋଖରୀରୁ ମାଛ ଚୋରୀ କରିଥିବା ସନ୍ଦେହରେ ଦୁଇ ନାବାଳକଙ୍କୁ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଉ…