ଆଠମଲ୍ଲିକ – ଛାତ ଘର ତିଆରି କଲେ ଗାଁ କୁ ବିପଦ ମାଡି ଆସିବ । ଗାଁ ଠାକୁରାଣୀ କୋପ କରିବେ ଏବଂ ଲୋକଙ୍କର ଅନିଷ୍ଟ ହେବ । ଏଭଳି ଅନ୍ଧବିଶ୍ଵାସ ଭିତରେ ଶହ ଶହ ବର୍ଷ ହେବ ଗାଁରେ ଛାତ ଘରଟିଏ ନିର୍ମାଣ ହୋଇ ନଥିଲା । ଛାତଘର ନିର୍ମାଣ ତ ଦୂରର କଥା , ପଟା ଓ ମାଟି ପକାଇ ଆଟୁଘର ର୍ନିମାଣ ମଧ୍ୟ କରୁ ନଥିଲେ ଗ୍ରାମବାସୀ । ତେବେ ଏହି ଅନ୍ଧବିଶ୍ଵାସର ଅନ୍ତ ଘଟିଛି । ପ୍ରଶାସନ ସହଯୋଗରେ କୋଠଘର ଛାତ ପକାଯାଇଛି । ଯାହାକି ପ୍ରାୟ ଦୁଇଶହ ବର୍ଷ ପରେ ଏଭଳି ଛାତଘର ଗାଁରେ ନିର୍ମାଣ ହୋଇଛି ।


