ମୁଖ୍ୟ ଖବର ରେଞ୍ଜରଙ୍କ ମାଡରେ ବନ କର୍ମଚାରୀ ଗୁରୁତର ଅଭିଯୋଗ Angul OnlineJanuary 16, 2023January 16, 2023 ପାଲଲହଡା – ରେଞ୍ଜରଙ୍କ ମାଡରେ ଜଙ୍ଗଲ ଜଗୁଆଳି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଗୁଆଳିଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି I ଏ ନେଇ ଜଗୁଆଳିଙ୍କ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିବା ମଧ୍ୟ ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ସାନଧଉରାଗୋଠ ଗାଁର ସୁଶାନ୍ତ କୁମାର ବେହେରା ୧୫ ବର୍ଷ ହେଲା ଜଙ୍ଗଲ ବିଭାଗର ପାରାଫରେଷ୍ଟ ଭାବରେ କାମ କରୁଛନ୍ତି । ତେବେ ଖମାର ବନାଞ୍ଚଳ ରେଞ୍ଜର ଚନ୍ଦ୍ର ଶେଖର ଗଡ଼ନାୟକ ଆସିବା ପରେ ସେ ସୁଶାନ୍ତଙ୍କୁ ରୋଷେଇ କରିବା ଦାୟିତ୍ୱରେ ଲଗାଇଛନ୍ତି । ତେବେ ସୋମବାର କୌଣସି କାରଣକୁ ନେଇ ରେଞ୍ଜର ଚନ୍ଦ୍ର ଶେଖର ଅସଭ୍ୟ ଭାଷାରେ ଗାଳି କରିବା ସହ ସୁଶାନ୍ତଙ୍କୁ ମାଡ଼ ମାରିଥିବା ନେଇ ସୁଶାନ୍ତଙ୍କ ସ୍ତ୍ରୀ ଗୋଲାପ ଅଭିଯୋଗ କରିଛନ୍ତି । ରେଞ୍ଜରଙ୍କ ମାଡରେ ସୁଶାନ୍ତ ଚେତାଶୂନ୍ୟ ଅବସ୍ଥାରେ ଗୁରୁତର ହୋଇ ପଡ଼ିଥିବା ବେଳେ ସାଥି କର୍ମଚାରି ମାନେ ସୁଶାନ୍ତଙ୍କ ୧୦୮ ଆମ୍ବୁଲାନ୍ସରେ ଖମାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୂର୍ବରୁ ମଧ୍ୟ ରେଞ୍ଜର ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ଗୋଲାପ ଖମାର ଥାନା ରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏ ନେଇ ରେଞ୍ଜର ଚନ୍ଦ୍ର ଶେଖର ଗଡ଼ନାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…
ନବାଳିକାକୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର…
ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ…