ମୁଖ୍ୟ ଖବର ପୋଖରୀରେ ବୁଡି ସମ୍ବରର ମୃତ୍ୟୁ Angul OnlineMay 22, 2021May 22, 2021 ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ ପଶି ଆସିଥିଲା । ସମ୍ବରକୁ ଦେଖି ଗାଁ ଲୋକେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ସମ୍ବରଟି ଗାଁ ଭିତରେ ଏଣେତେଣେ ଦୈଡିବା ପରେ ଶେଷରେ ନିରୁପାୟ ହୋଇ ଗାଁ ମନ୍ଦିର ପୋଖରି ଭିତରକୁ ପଶିଯାଇଥିଲା । ଅନେକ ସମୟ ହେଲା ଫସି ରହିବା ପରେ ଖବର ପାଇ ଛେଣ୍ତିପଦା ବନବିଭାଗ ପହଞ୍ଚି ପୋଖରୀ ଚତୁପାର୍ଶ୍ବରୁ ଲୋକଙ୍କୁ ଘଉଡାଇବା ଚେଷ୍ଟା ଚଳାଇବା ସହିତ ପାଣି ଭିତରେ ପଶି ସମ୍ବରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ହେଲେ ଶେଷରେ ପାଣି ଭିତରେ ହିଁ ସମ୍ବରଟିର ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ମୃତ ସମ୍ବରଟିର ବ୍ୟବଛେଦ କରି ତଦନ୍ତ କରୁଛି । https://angulonline.com/odia/wp-content/uploads/2021/05/2333.mp4 Advertisement
କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାର କେଇ ଘଣ୍ଟା ପରେ ଫଳକ ହେଲା ଭଙ୍ଗାଋଜ୍ଜା ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଆସି ଫଳକ ଉଦଘାଟନ କରିବାର କିଛି ଘଣ୍ଟା ପରେ ଶହୀଦ ବିକା ନାଏକଙ୍କ ସମ୍ପର୍କୀୟ ଫଳକ ଭଙ୍ଗିଦେଲେ । ଯାହାକୁ ନେଇ ଚର୍ଚ୍ଚା…
୧ ତାରିଖ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିବ ବିଜେଡି ଅନୁଗୁଳ – ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓଲ୍ହାଇବ ବିଜେଡି । ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମ୍ ସି ଏଲ ବିସ୍ଥାପନ ନେଇ…
ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରଲୋକ ପାଲଲହଡ଼ା – ପରଲୋକରେ ପୂର୍ବତନ ସାଂସଦ ତଥା ଦୁଇ ଥରର ବିଧାୟକ ଡ଼ଃ ନାରାୟଣ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର…