ଅପରାଧ ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ ତାଲା ଦେବା ସହ ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ୱର ଘଡେଇ , ତାଙ୍କ ସ୍ତ୍ରୀ , ୬ ବର୍ଷର ବଡପୁଅ ଓ ୩ ମାସର ସାନ ପୁଅକୁ ନେଇ ରବିବାର ରାତ୍ରୀରେ ଖାଇ ପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ ଘରର କବାଟ ରେ ବହାରପଟୁ ତାଲା ପକାଇ ଦେଇ ଘରେ ନିଆଁ ଲଗାଇ ଦେଇ ଥିଲେ । ନିଆଁ ବଢିବା ବେଳେ ପରିବାର ଲୋକଙ୍କ ନିଦ ହଠାତ ଭାଙ୍ଗି ଯିବାରୁ କବାଟକୁ ଖୋଲି ବାହାରିବା ପାଇଁ ଚେଷ୍ଟା କରିଥିଲେ । ତେବେ କବାଟ ନ ଖୋଲିବାରୁ ଜୀବନ ବିକଳରେ ସ୍କାଇଲାଇଟ ତାଡି ପରିବାରର ସମସ୍ତ ସଦସ୍ୟ ବାହାରକୁ ବାହାରି ଆସିଥିଲେ । ବାହାରକୁ ବାହାରି ପାଟି କରିବାରୁ ଗ୍ରାମବାସୀ ଏକତ୍ରୀତ ହୋଇ କବାଟ ବାହରୁ ବନ୍ଦ ହୋଇ ବନ୍ଧା ହୋଇଥିବାର ଦେଖିଥିଲେ । କବାଟ ଖୋଲି ଘରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ନିକଟସ୍ଥ ଜିନ୍ଦଲ କମ୍ପାନୀର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡରେ ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇ ନଥିବା ବେଳେ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର କିନ୍ତୁ ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଗାଁର କିଛି ଲୋକ ଏଭଳି କାଣ୍ଡ କରିଥିବା ଯୋଗେଶ୍ଵର ସନ୍ଦେହ କରିଥିଲେ । ଆଉ ଏଥିପାଇଁ ଗାଁ କମିତିରେ ଅଭିଯୋଗ କରିବା ସହ ଗ୍ରାମରେ ଏକ ବୈଠକ କରିଥିଲେ l ତେବେ ଏହି ବୈଠକରେ କୌଣସି ସମାଧନ ହୋଇ ପାରି ନଥିବାରୁ ଶେଷରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି l ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଜକୁ ୬ମାସ ତଳେ ଯୋଗେଶ୍ଵରଙ୍କ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା । ସେମାନେ ଏହି ଘର ପୋଡିରେ ସମ୍ପୃକ୍ତ ଥିବା ନେଇ ଯୋଗେଶ୍ୱର ସେମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଯୋଗେଶ୍ୱରଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । Advertisement
ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ ଅନୁଗୁଳ – ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି…
ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩…
ଦାଦାବଟି ମାଗି ୩ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର…