ଆଞ୍ଚଳିକ ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା Angul OnlineJune 4, 2023June 5, 2023 ଅନୁଗୋଳ – ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ ୯ ତାରିଖରେ ଆମ୍ବ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଏକ ମାଈ ହାତୀ ଫସିଯାଇଥିଲା । ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ତାକୁ ଉଦ୍ଧାର କରା ଯାଇଥିଲା । ତେବେ ସେହିଦିନ ଠାରୁ ତାର ଆଗ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ବନ ବିଭାଗ ପକ୍ଷରୁ ତାକୁ ଇଂଜେକସନ ଦିଆ ଯାଇଥିଲେ ମଧ୍ୟ ସୁସ୍ଥ ହେଉ ନଥିବାରୁ ଅଧିକ ଚିକିତ୍ସା ପାଇଁ ଆଜି ତାକୁ କପିଳାସ ନିଆ ଯାଉଛି । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାକୁ ପୁଣି ଅନୁଗୋଳ ସାତକୋଶିଆକୁ ଫେରାଇ ଅଣାଯିବ ବୋଲି DFO ବିବେକ କୁମାର ସୂଚନା ଦେଇଛନ୍ତି । Advertisement
ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି ଅନୁଗୁଳ – କଟକ ଓ ଅନୁଗୁଳ ଜିଲ୍ଲାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…
ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ…