ମୁଖ୍ୟ ଖବର ଦୂର୍ଗା ମଣ୍ଡପରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଭାଙ୍ଗିଲା Angul OnlineMay 20, 2022May 20, 2022 ଅନୁଗୁଳ – ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପରେ ବେଆଇନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଶୁକ୍ରବାର ସକାଳେ ଭାଙ୍ଗି ଦିଆଯାଇଛି । ବହୁ ଦିନର ବାଦବିବାଦରେ ଥିବା ଏହି ମଣ୍ଡପ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ଥିବା ତାରିଖ ଗାଡି ଗଲା ପରେ ଶେଷରେ ନିଜେ ଏହାକୁ ନିର୍ମାଣ କରିଥିବା ଟେଣ୍ଟ ହାଉସ ମାଲିକ ଭାଙ୍ଗିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଅମଲାପଡ଼ା ଦୁର୍ଗା ପୂଜା ପଡିଆ ପରିସରରେ କମିଟି ପକ୍ଷରୁ ଏକ ସଂସ୍ଥାକୁ ବାହାଘର ନିମନ୍ତେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ଅନୁମତି ଦିଆଯାଇଥିଲା । ଭଡା ପଇସାରେ ଦୁର୍ଗା ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପୂଜା କମିଟିର ଅନ୍ୟ ଏକ ଗୋଷ୍ଠୀ କଲ୍ୟାଣ ମଣ୍ଡପକୁ ସହମତି ବିନା ନିର୍ମାଣ କରାଯାଇଥିବା ବିରୋଧ କରି ଜିଲ୍ଳାପାଳ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ଉପଲବ୍ଧି କରି ଜିଲ୍ଲାପାଳ କଲ୍ୟାଣ ମଣ୍ଡପକୁ ସିଲ କରିଦେଇଥିଲେ । ଏହାପରେ ସିଲ ବିରୁଦ୍ଧରେ ସମ୍ପୃକ୍ତ ଟେଣ୍ଟ ହାଉସ ମାଲିକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଟେଣ୍ଟ ହାଉସ ପକ୍ଷରୁ ଆବେଦନର ଯଥାର୍ଥତା ନାହିଁ ବୋଲି କହିବା ସହ ଏକ ନିର୍ଦିଷ୍ଟ ତାରିଖ ସୁଦ୍ଧା ବେଆଇନ ନିର୍ମାଣକୁ ଭାଙ୍ଗି ଦେବାକୁ ନିର୍ଦେଶ ଦେଇଥିଲେ । ତେବେ ତାରିଖ ଗଡିବାର ଅନେକ ଦିନ ପରେ ଆଜି ନିଜେ ଟେଣ୍ଟ ହାଉସ ମାଲିକ ଆଜି ସକାଳେ ଜେସିବି ଲଗାଇ ନିଜେ ମଣ୍ଡପକୁ ଭାଙ୍ଗି ଦେଇଥିଲେ । Advertisement
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାନହିଂସର ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ଯକ୍ତି ଜଣଙ୍କ ସାନହିଂସର ଗାଁର ହାଡିବନ୍ଧୁ…
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…