ମୁଖ୍ୟ ଖବର ଦଶ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ Angul OnlineMay 17, 2023May 17, 2023 ଛେଣ୍ଡିପଦା – ୨୦୧୩ ମସିହାରୁ ନିଖୋଜ ହୋଇଗଲେ ଆଉ ୨୦୨୩ରେ ଘରକୁ ଫେରିଲେ । ୧୦ ବର୍ଷ ପୁର୍ବେ ଅନୁଗୋଳ ଜିଲ୍ଲା ଛେଣ୍ତିପଦାର ନିଖୋଜ ଯୁବକଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗାଁର ଯୁବକ ମୁଷା ବେହେରାଙ୍କ ପୁଅ ଯତିନ୍ଦ୍ର ବେହେରା ୨୦୧୩ ମସିହା ଅକ୍ଟୋବର ମାସରେ ଘରୁ ଏକ ସାଇକେଲରେ ବାହାରି ଯାଇଥିଲେ । ତେବେ ମାନସିକ ସନ୍ତୁଳନ ଠିକ ନଥିବା ଯତୀନ୍ଦ୍ର ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହା ଭିତରେ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲିସ ଓ ପରିବାର ଲୋକମାନେ ତାଙ୍କର କୌଣସି ଖୋଜଖବର ପାଇନଥିଲେ । ଏପରିକି ପରିବାର ଲୋକ ମାନେ ତାଙ୍କୁ ପାଇବାର ଏକ ପ୍ରକାର ପାଇବାର ଆଶା ମଧ୍ୟ ଛାଡ଼ି ଦେଇଥିଲେ । ଅଚାନକ କିଛି ଦିନ ତଳେ ଯତିନ୍ଦ୍ର ଉତ୍ତରପ୍ରଦେଶର ପାହାଡିଖେରାର ଅଞ୍ଚର ଏକ ୟାଦବ ଢାବାରେ ଥିବା କଟକର ଏକ ଟ୍ରକ ଟ୍ରାନ୍ସପୋର୍ଟ ପକ୍ଷରୁ ଛେଣ୍ତିପଦା ସାପୁଇସାହିରେ ଥିବା ବିଡି କମ୍ପାନିକୁ ଖବର ଆସିଥିଲା । ବିଡିକମ୍ପାନିର କର୍ମଚାରି ଯତିନ୍ଦ୍ରଙ୍କ ଘରକୁ ଖବର ଦେଇଥିଲେ । ଯତିନ୍ଦ୍ରଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଛେଣ୍ଡିପଦା ଥାନା ସହିତ ଯୋଗା ଯୋଗ କରିଥିଲେ । ପୋଲିସ ନିଖୋଜ ଯତିନ୍ଦ୍ରଙ୍କ ସନ୍ଧାନ ପାଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ ଉତ୍ତରପ୍ରଦେଶରେ ପହଞ୍ଚି ଯତିନ୍ଦ୍ରଙ୍କୁ ପାହାଡିଖେର ଢାବାରୁ ଉଦ୍ଧାର କରି ଛେଣ୍ତିପଦା ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯତୀନ୍ଦ୍ରଙ୍କୁ ପାଇ ପରିବାର ଲୋକ ବେଶ ଖୁସି ହୋଇଛନ୍ତି । Advertisement
ସହର ଉପକଣ୍ଠରୁ ବିଦେଶୀ ମଦ କାରଖାନା ଠାବ – ବିପୁଳ ମଦ ଜବତ ଅନୁଗୁଳ – ଅନୁଗୁଳ ଥାନା ଶିକ୍ଷକପଡାରୁ ନକଲି ମଦ କାରଖାନା ଠାବ କରା ଯାଇଥିବା ବେଳେ ବିପୁଳ ପରିମାଣର ନକଲି ମଦ ଜବତ । ସୂଚନା ଅନୁସାରେ…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ…