ମୁଖ୍ୟ ଖବର ଦଶ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ Angul OnlineMay 17, 2023May 17, 2023 ଛେଣ୍ଡିପଦା – ୨୦୧୩ ମସିହାରୁ ନିଖୋଜ ହୋଇଗଲେ ଆଉ ୨୦୨୩ରେ ଘରକୁ ଫେରିଲେ । ୧୦ ବର୍ଷ ପୁର୍ବେ ଅନୁଗୋଳ ଜିଲ୍ଲା ଛେଣ୍ତିପଦାର ନିଖୋଜ ଯୁବକଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗାଁର ଯୁବକ ମୁଷା ବେହେରାଙ୍କ ପୁଅ ଯତିନ୍ଦ୍ର ବେହେରା ୨୦୧୩ ମସିହା ଅକ୍ଟୋବର ମାସରେ ଘରୁ ଏକ ସାଇକେଲରେ ବାହାରି ଯାଇଥିଲେ । ତେବେ ମାନସିକ ସନ୍ତୁଳନ ଠିକ ନଥିବା ଯତୀନ୍ଦ୍ର ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହା ଭିତରେ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲିସ ଓ ପରିବାର ଲୋକମାନେ ତାଙ୍କର କୌଣସି ଖୋଜଖବର ପାଇନଥିଲେ । ଏପରିକି ପରିବାର ଲୋକ ମାନେ ତାଙ୍କୁ ପାଇବାର ଏକ ପ୍ରକାର ପାଇବାର ଆଶା ମଧ୍ୟ ଛାଡ଼ି ଦେଇଥିଲେ । ଅଚାନକ କିଛି ଦିନ ତଳେ ଯତିନ୍ଦ୍ର ଉତ୍ତରପ୍ରଦେଶର ପାହାଡିଖେରାର ଅଞ୍ଚର ଏକ ୟାଦବ ଢାବାରେ ଥିବା କଟକର ଏକ ଟ୍ରକ ଟ୍ରାନ୍ସପୋର୍ଟ ପକ୍ଷରୁ ଛେଣ୍ତିପଦା ସାପୁଇସାହିରେ ଥିବା ବିଡି କମ୍ପାନିକୁ ଖବର ଆସିଥିଲା । ବିଡିକମ୍ପାନିର କର୍ମଚାରି ଯତିନ୍ଦ୍ରଙ୍କ ଘରକୁ ଖବର ଦେଇଥିଲେ । ଯତିନ୍ଦ୍ରଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଛେଣ୍ଡିପଦା ଥାନା ସହିତ ଯୋଗା ଯୋଗ କରିଥିଲେ । ପୋଲିସ ନିଖୋଜ ଯତିନ୍ଦ୍ରଙ୍କ ସନ୍ଧାନ ପାଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ ଉତ୍ତରପ୍ରଦେଶରେ ପହଞ୍ଚି ଯତିନ୍ଦ୍ରଙ୍କୁ ପାହାଡିଖେର ଢାବାରୁ ଉଦ୍ଧାର କରି ଛେଣ୍ତିପଦା ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯତୀନ୍ଦ୍ରଙ୍କୁ ପାଇ ପରିବାର ଲୋକ ବେଶ ଖୁସି ହୋଇଛନ୍ତି । Advertisement
ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଅଁରପାଳ ଠାରେ ଏହି ରାଜପଥରେ ଆଣ୍ଠୁଏ ଲେଖାଏଁ…
ବଜ୍ରପାତରେ ଵାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ସହ ପବନ ହୋଇ ବଡ ବଡ ଗଛ…
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…