
ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା ଜୋର ଧରିଥିଲା । ଯୁବତୀ ଘରୁ ନଯିବାରୁ ଶେଷରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ବିଧାୟକଙ୍କ ଘରୁ ଯୁବତୀଙ୍କୁ ଉଠାଇ ଆଣି ବୁଝାସୁଝା କରି ଘରକୁ ପଠାଇ ଦେଇଥିଲା । ତେବେ ବିଧାୟକଙ୍କ ଚୋରା ପୀରତି ଥିବ ଏବଂ ଏଥିପାଇଁ ଏଭଳି ହଟହଟା ହୋଇଥିବା ନେଇ ବାଟଦାଣ୍ଡରେ ସରଗରମ୍ ଆଲୋଚନା ହେଉଥିଲା । ତେବେ ଏହି ଘଟଣାରେ ବିଧାୟକ ଥାନାରେ ଯୁବତୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।


