ଅନଲାଇନ ଏକ୍ସକ୍ଲୁସିଭଅପରାଧ ମୋବାଇଲ ଚୋରକୁ ନିର୍ଘାତ ମାଡ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି । ମାଳମାଳ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ୱେ ଲୁଟେରା ମାନେ ବିନା ଡରରେ ୱାର୍ଡରେ ଘୁରି ବୁଲୁଛନ୍ତି । ନିୟମିତ ଭାବେ ଚୋରି ହଉଥିବା ବେଳେ ଚୋର ଧରପଡୁନଥିଲା । ଆଜି କିନ୍ତୁ ଚୋର ବେଳା ଖରାପ ଥିଲା । ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଚୋରାଇବା ବେଳେ ଧରା ପଡିଲା ଚୋର । ଚୋରକୁ ଧରି ନିରଧୂମ ଛେଚିଲେ ଲୋକେ । ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରୁ ଆଜି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରୀ ହୋଇ ଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ତାଙ୍କ ମୋବାଇଲ ଚୋରୀ ହୋଇଥିବା କିଛି ସମୟ ପରେ ଜାଣି ସଙ୍ଗେ ସଙ୍ଗେ ମେଡିକାଲର କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ସିସି ଟିଭି ଯାଞ୍ଚ କରି ଚୋର ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ଚୋର ଡାକ୍ତରଖାନା ପରିସରରେ ବୁଲୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ତାକୁ କାବୁ କରିନେବା ସହ ଏକ ଲୁହା ପାଇପରେ ବାନ୍ଧି ଦେଇ ନିର୍ଧୂମ ମାଡ ମାରିଥିଲେ । ତାହାଠାରୁ ଚୋରୀ ହୋଇଥିବା ମୋବାଇଲ ମଧ୍ୟ ଉଧାର କରା ଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ତାକୁ ଉଧାର କରିଥିଲା । ପରେ ମୋବାଇଲ ଚୋରୀ ଅଭିଯୋଗରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି…
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…