ମୁଖ୍ୟ ଖବର ଜଳିଗଲା ଚଳନ୍ତା ବସ Angul OnlineMay 10, 2022May 10, 2022 ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ । ଏଭଳି ଘଟଣା ଆଜି ତାଳଚେର ମଳିବନ୍ଧ ଗାଁ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁସୁମପାଳ ଗ୍ରାମରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ହଠାତ୍ ମଳିବନ୍ଧ ନିକଟରେ ଏକ ମିନି ଟ୍ରାଭେଲର ବସରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଏମସିଏଲ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । Advertisement
ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ…
ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ ଅନୁଗୁଳ – ସେଲ୍ଫି ନେବା ହୋଇଛି କାଳ । ୪ ଯୁବକ ଜଳ ଭଣ୍ଡାର ଭିତରକୁ ଡଙ୍ଗା ନେଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ବୁଡି…
ନାବାଳିକା ଭାଣିଜୀ ଅସଦାଚରଣ ଅଭିଯୋଗରେ ମାମୁଁ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୨୫ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି…