ମୁଖ୍ୟ ଖବର ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ Angul OnlineDecember 23, 2024December 24, 2024 ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା ସହ ଏହାର ସମାଧାନ କରିବା ପାଈଁ ଅଭିଯୋଗ ଶୁଣାଣି କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ଏହି ଅଭିଯୋଗ ଶୁଣାଣି ଶିବିର ଏବେ ପ୍ରହସନ ପାଲଟିଛି । ଲୋକଙ୍କ ସୁବିଧା ଅସୁବିଧା ଶୁଣିବାକୁ ଆସୁ ନାହାନ୍ତି ଅଧିକାରୀ । ଅଭିଯୋଗ ଶୁଣାଣି ଶିବିରକୁ ଅଧିକାରୀ ଆସୁ ନଥିବା ବେଳେ ଲୋକଙ୍କ ଅଭିଯୋଗ ଶୁଣିବାକୁ କେହି ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଲାଣି । ଆଜି ଛେଣ୍ଡିପଦା ବ୍ଲକ ବ୍ଲକ ପ୍ରଶାସନ ପକ୍ଷରୁ ଟାଙ୍ଗିରୀ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ପାଇଁ ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ୍ ଅଧୀନରେ ଥିବା ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଜଣା ହୋଇଥିଲା । କିନ୍ତୁ ଶିକ୍ଷା, ସମନ୍ୱିତ ଶିଶୁ ବିକାଶ ଏବଂ ଯୋଗାଣ ବିଭାଗ , କୃଷି ବିଭାଗ ଅଧିକାରୀଙ୍କୁ ଛାଡ଼ି ଦେଲେ ରାଜସ୍ବ, ଉନ୍ନୟନ, ପୁଲିସ, ବନବିଭାଗ, ଉଦ୍ୟାନ ବିଭାଗ,ବିଦ୍ୟୁତ୍ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା । ଯେତିକି ବିଭାଗର ଅଧିକାରୀ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଭାଗର ମୁଖିଆ ନ ଆସି ସେମାନଙ୍କ ପ୍ରତିନିଧି ଭାବରେ ତଳ କର୍ମଚାରୀଙ୍କୁ ପଠାଇ ଦାୟିତ୍ୱ ତୁଲାଇ ନେଇଛନ୍ତି । ଆଉ କିଛି ଅଧିକାରୀ ଅଭିଯୋଗ ଶୁଣାଣିକୁ ଆସି ଉପସ୍ଥାନ ଖାତାରେ ଦସ୍ତଖତ କରିବା ପରେ ନିଜ ବାଟରେ ଚାଲି ଯାଇଥିଲେ । ଯାହା ଫଳରେ ଅଭିଯୋଗ କରିବାକୁ ଆସିଥିବା ଲୋକ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ତେବେ ଏହି ଅଭିଯୋଗକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛନ୍ତି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଅଭିଯୋଗ ଶୁଣାଣିରେ କିଛି ବିଭାଗର ଅଧିକାରୀଙ୍କୁ ବାଦ ଦେଲେ ସମସ୍ତ ବିଭାଗର ସରକାରୀ କର୍ମଚାରୀ ଉପସ୍ଥିତ ରହିଛନ୍ତି ବୋଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅଭିଯୋଗ ଶୁଣାଣି କରିଲେ ସାଧାରଣ ଲୋକ କି ସୁବିଧା ପାଇବେ ବୋଲି ପ୍ରଶ୍ନ ଉଠିଛି । ଏ ଦିଗରେ ଜିଲ୍ଲାପାଳ ତଥା ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । Advertisement
ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ…
ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ – ତିନି ଗୁରୁତର ଅନୁଗୁଳ – ଅନୁଗୁଳ କୁଲାଡ଼ ମା’ ବ୍ରାହ୍ମଣୀଦେଇ ପୀଠ ଅଞ୍ଚଳରେ ଅଘଟଣ । ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର । ସେମାନେ…
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…