ଅପରାଧ ଭିନ୍ନକ୍ଷମ ବୃଦ୍ଧ ଜୀବନ୍ତ ଦଗ୍ଧ Angul OnlineNovember 2, 2021November 2, 2021 ବନ୍ତଳା – ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ୬୩ ବର୍ଷୀୟ କୁମର ଦେହୁରୀ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଏନେଇ ଚିକିତ୍ସା ପରେ ୧୦ ବର୍ଷ ପୂର୍ବରୁ ତାଙ୍କର ଏକ ଗୋଡ଼କୁ କଟାଯାଇଥିଲା । ଫଳରେ ସେହିଦିନ ଠାରୁ ସେ ଗୋଟିଏ ଗୋଡ଼ ହରାଇଥିଲେ । ତେବେ ଆଜି ବିଳମ୍ବିତ ରାତିରେ ସେ ଶୋଇଥିବା କୋଠରୀ ମଧ୍ୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ସେ ସେଠାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଆଜି ବଡ଼ି ଭୋରରୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ କୁମରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । Advertisement
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…
ଦୁଇ ହାତୀଦାନ୍ତ ଚୋରା ବେପାରୀ ଗିରଫ – ଜବତ ହେଲା ହାତୀ ଦାନ୍ତ ଅନୁଗୁଳ – ଅବୈଧ ବନ୍ୟଜୀବ ବ୍ୟବସାୟ ବିରୋଧରେ ଓଡ଼ିଶା ପୁଲିସର ସ୍ପେସିଆଲ ଟାସ୍କ ଫୋର୍ସ (STF) ଏକ ସଫଳତା ହାସଲ କରିଛି । ଶୁକ୍ରବାର ଅନୁଗୁଳ ଜିଲ୍ଲାରେ…
ପୂର୍ବ ଶତ୍ରୁତା ପାଇଁ ଶୋଇଥିବା ବେଳେ ଭାଇ ଓ ଭଉଣୀକୁ କରା ଯାଇଥିଲା ଗୁଳି ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ…