ଅପରାଧ ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ Angul OnlineNovember 3, 2021November 3, 2021 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ ବ୍ୟବସାୟ ହୋଇ ଆସୁଥିବା ନେଇ କୋଲୋନୀବାସୀ ଅଭିଯୋଗ କରି ଆସୁଥିବା ବେଳେ ଆଜି ଦୁଇଜଣ ଯୁବକ ଗରାଖ ଆସିଥିବା ସୂଚନା ପୁଲିସକୁ ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି । ସୂଚନା ଅନୁସାରେ ଇନ୍ଦ୍ରହରି ନଗରରେ ଏକ ଭଡା ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଥିଲେ । ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଦୁଇ ଯୁବକ ସେହି ଭଡା ଘରକୁ ଯାଇ ନିକଟରେ ଟହଲ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକକୁ ପଚରା ଉଚରା କରିଥିଲା । ଉଭୟ ଯୁବକ ପୁଲିସ ସମୁଖରେ ଘଟଣା ସ୍ୱୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ହେଲେ ଘଟଣା ସ୍ଥଳରେ ଉକ୍ତ ଭଡ଼ା ଘରର ବାହାର ପାଖ ମୁଖ୍ୟ ଫାଟକ ରେ ତାଲା ଝୁଲୁଥିଲା ଏବଂ ସମ୍ମୁଖରେ ଏକ ଅଟୋ ଗାଡି ରହିଥିଲା । ଫଳରେ ପୁଲିସ ଘର ଭିତରକୁ ଯାଇ ପାରି ନଥିଲା କି ଯାଞ୍ଚ କରି ପାରି ନଥିଲା । ଉଭୟ ଯୁବକ ଆସିଥିବା ମୋଟରସାଇକେଲକୁ କିଛି ଦୂରରେ ଏକ ଢାବା ସମ୍ମୁଖରେ ରଖିଥିବା ବେଳେ ପୁଲିସ ବାଇକକୁ ଜବତ କରିଛି । ତେବେ ଏ ସମ୍ପର୍କରେ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇ ନାହିଁ । Advertisement
ଘର ମାଲିକ ଶୋଇଥିବା ବେଳେ କଳା କନା ବୁଲେଇଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି…
ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଆଜି ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ସ୍ଥାନରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରିଵା ସହ ବିକ୍ରି ପାଇଁଏହି ବ୍ରାଉନସୁଗାର…
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ…