ମୁଖ୍ୟ ଖବର ଟ୍ରକ ଧକ୍କାରେ ବୃଦ୍ଧା ମୃତ Angul OnlineJuly 2, 2021July 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ରଙ୍କାସିଙ୍ଗା ଗ୍ରାମର ମହିଳା ବିଜୁଳି ପ୍ରଧାନ । ବିଜୁଳି ସକାଳ ୧୦ ଘଟିକା ସମୟରେ ଘର ସାମ୍ନାରେ ଥିବା ନଳକୂପରୁ ପାଣି ଆଣିବା ପାଇଁ ଯାଇଥିଲେ । ସେଇ ସମୟରେ ଏକ ଟ୍ରକ ନଳକୂପ ସହ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିବା ବେଳେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୁଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ମୃତ ମହିଳାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀମାନେ ଏକଜୁଟ ହୋଇ ରାସ୍ତା ଉପରେ ମହିଳାଙ୍କ ମୃତଦେହ ରଖି କ୍ଷତିପୂରଣ ପାଇଁ ଦାବି କରିଥିଲେ । ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକ ଶାନ୍ତ ପଡିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରି ତଦନ୍ତ କରୁଛି । Advertisement
ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ…
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ…