ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ Angul OnlineMay 10, 2022May 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ହୋଇଥିବା ୧୩ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ବାରିହାମୁଣ୍ଡା ଚକ୍ରଧରପୁରର ଗୁରୁ ଚଦ୍ରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋସ୍କୋ ଜଜ ଅଗସ୍ତି କୁମାର ସାହୁ । ଅଭିଯୁକ୍ତକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ୨୦୧୮ ଜୁନ୍ ୧୫ ତାରିଖରେ ୧୩ ବର୍ଷିୟ ନାବାଳିକା ଅପରାହ୍ନରେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଇବା ବେଳେ ଗୁରୁ ଚନ୍ଦ୍ରା ତାଙ୍କ ପଛ ପାର୍ଶ୍ଵରୁ ଆସି ମୁହଁକୁ ଚାପି ଧରି ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଜଙ୍ଗଲରେ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ପରେ ଏନେଇ ନାବାଳିକା ତାଙ୍କ ବାପାଙ୍କୁ ଅବଗତ କରିବା ପରେ ଖମାର ଥାନାରେ ଘଟଣା ଦିନ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ୫୩/୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହା ପରଦିନ ଅର୍ଥାତ୍ ୧୬ ତାରିଖରେ ଗୁରୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର କରାଯାଇ ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ଜଜ୍ ଅଗସ୍ତ କୁମାର ସାହୁ ମୋଟ ୨୦ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାକୁ ପୋସ୍କୋ ସେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । Advertisement
ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ – ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ…
ଦହିବରା ଦୋକାନୀକୁ ବଟି ପାଇଁ ମାଡ ମାରିବା ଘଟଣା – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ…
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…