ସମସ୍ୟା ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା Angul OnlineJune 3, 2022June 3, 2022 ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି । Advertisement
ଘର ଉଛେଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ଅନୁଗୁଳ – ଅନୁଗୁଳ ପୌରପାଳିକା ଅଧୀନରେ ଥିବା ବ୍ରାହ୍ମଣୀଦେଇପଡ଼ାରେ ଦୀର୍ଘ ପଚାଶ ବର୍ଷ ହେଲା ବସବାସ କରି ଆସୁଥିବା ୫ ପରିବାରକୁ ଉଚ୍ଛେଦ ପାଇଁ ପୌରପାଳିକା ପକ୍ଷରୁ…
ଜି.ଏମ୍.ଡି.ସି. ବିରୁଦ୍ଧରେ ଗର୍ଜିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ଓପନ କାଷ୍ଟ୍ କୋଇଲା ଖଣିକୁ ଛେଣ୍ଡିପଦା ଅଞ୍ଚଳ ବାସୀ ପ୍ରବଳ ବିରୋଧ କରିଛନ୍ତି । କିଛି…
ଅଗ୍ନିପଥ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଗୁଳ – କେନ୍ଦ୍ର ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଅଗ୍ନିପଥ ଯୋଜନା ଆଳରେ ଭାରତୀୟ ସେନାରେ ଚାରି ବର୍ଷିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ପାଇଁ…