ସମସ୍ୟା ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା Angul OnlineJune 3, 2022June 3, 2022 ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି । Advertisement
ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି…
କୋଇଲା ଖଣି ବିସ୍ଥାପିତ କରିବେ ଅର୍ଥନୈତିକ ଅବରୋଧ ଅନୁଗୁଳ – ଜିଲ୍ଲାରେ କୋଇଲା ଖଣି ଚାଲିଲେ ଅନୁଗୁଳ ଜିଲ୍ଲାର ଆର୍ଥିକ ପରିବର୍ତ୍ତନରେ ମୂଳଦୁଆ ପଡିବ ଏବଂ ଅନୁଗୁଳ ଉନ୍ନତିର ସୋପାନ ଦେଖିବା ବୋଲି ଆଶା କରା…
ସାତ ମାସ ହେଲା ଦରମା ପାଇନାହାନ୍ତି ଆଶାକର୍ମୀ, ଜିଲ୍ଲାପାଳଙ୍କ ନିକଟରେ କଲେ ଅଭିଯୋଗ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ସେକ୍ଟରର ସମସ୍ତ ଆଶା କର୍ମୀ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଶା କର୍ମୀଙ୍କ ଅଭିଯୋଗ ହେଲା ଯେ ଦୀର୍ଘ…