ମୁଖ୍ୟ ଖବର କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର Angul OnlineSeptember 8, 2022September 8, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କାଣ୍ଡସର ଗ୍ରାମ ନିକଟରେ ଛିଡ଼ା ହୋଇଥିବା (ଓଡ଼ି ୧୯ଟି ୫୮୨୦) ଏକ ମାରୁତି କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଅଞ୍ଚଳର ୪୦ ବର୍ଷୀୟ ପୀତାମ୍ବର ବେହେରା ବୋଲି ଜଣା ପଡିଥିବା ବେଳେ ସେ ନାଲକୋ ସିଆଏସଫରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେ କୋୖଣସି କାମରେ ନିଜେ କାର ଚଳାଇ ନାଲକୋ ଟାଉନସିପ ବଜାରକୁ ଆସିଥିଲେ । କାରଟି ଦିନ ୯ ଠାରୁ ଅପରାହ୍ନ ୪ଟା ଯାଏ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲା । ଦୀର୍ଘ ସମୟ ଧରି କାରଟି ଛିଡା ହୋଇଥିବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ନାଲକୋନଗର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗି ଦେଖିବା ବେଳେ ସେଥିରେ ପୀତାମ୍ବର ମାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ପିତାମ୍ବରଙ୍କ କିଭଳି ମୃତ୍ୟୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । Advertisement
ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ…
ଛୁଆ ହାତୀର ମୃତଦେହ ଠାବ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଲବଙ୍ଗୀ -୧ ବିଟର ଜୁକୁବୁ ଠାରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ…
ମହିଳାଙ୍କ ମୃତଦେହ ଉଦ୍ଧାର – ଗଣ ବଳତ୍କାର ପରେ ହତ୍ୟା ଅଭିଯୋଗ ପାଲଲହଡା – ଶୁକ୍ରବାର ସନ୍ଧ୍ୟାରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି । ଗଣ ବଳାତ୍କାର ପରେ ମହିଳା…