ମୁଖ୍ୟ ଖବର ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ Angul OnlineApril 30, 2021April 30, 2021 ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି । କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ଏହି ନୂତନ ସପିଂ ମଲ ୬ ଦିନ ପାଇଁ ସିଲ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ହରିମଉରି ଛକଠାରେ ରିଲାଏନ୍ସ କମ୍ପାନୀର ସ୍ମାର୍ଟ ସୁପର ଷ୍ଟୋର ଆଜି ମଧ୍ୟାହ୍ନରେ ଶୁଭ ଉଦଘାଟନ ହୋଇଥିଲା । ତେବେ ମଲ ଉଦଘାଟନ ପରେ ସେଠାରେ ଅସମ୍ଭାଳ ଭିଡ ଜମିଥିଲା । କୋଭିଡ ସମୟରେ ଦୋକାନରେ ଭିଡ ନ ଜମାଇବା ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ଥିବା ସତ୍ବେ ଏହାକୁ ମଲର କର୍ମଚାରୀ ଖୁଲମଖୁଲା ଉଲ୍ଲଘଂନ କରିଥିଲେ । ଖବର ପାଇ ପ୍ରଶାସନ ଓ ପୁଲିସ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଦୋକାନକୁ ୬ ତାରିଖ ଯାଏ ସିଲ କରା ଯାଇଛି । ସେହିଭଳି ମିଷ୍ଟି ନାମକ ଏକ ମିଠା ଦୋକାନକୁ ମଧ୍ୟ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ତାକୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ଅନୁଗୁଳ ଗାନ୍ଧୀ ଛକରେ ଥିବା ଏକ ଠିପି ବନ୍ଦ ମଦ ଦୋକାନରେ ଆଜି ସନ୍ଧ୍ୟାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଖବର ପାଇ ସେଠାରେ ମଧ୍ୟ ପ୍ରଶାସନ ପହଞ୍ଚି ଭିଡ ହଟାଇବା ସହ ମଦ ଦୋକାନକୁ ସିଲ କରିଥିବା ଜଣା ପଡିଛି । Advertisement
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…
ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ – ମିଳିଲା ପୁଳାପୁଳା ଟଙ୍କା ଅନୁଗୁଳ – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ଼…
ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ…