ଆଞ୍ଚଳିକ ସ୍ଲିପ୍ ଫର୍ ପିସ୍ କାର୍ଯ୍ୟକ୍ରମ ପାଳିତ Angul OnlineSeptember 21, 2021September 21, 2021 ଅନୁଗୁଳ – ୟୁଥ୍ ହଷ୍ଟେଲ ଆସୋସିଏସନ ଅଫ ଇଣ୍ଡିଆ ତାର ସାର ବିଶ୍ବରେ ରହିଥିବା ୪୦୦୦ ହଜାରରୁ ଅଧିକ ଶାଖା ତରଫରୁ “ସ୍ଲିପ୍ ଫର୍ ପିସ୍” କାର୍ଯ୍ୟକ୍ରମ ପାଲନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅସହାୟ ବ୍ୟକ୍ତି , ହଷ୍ଟେଲ ତଥା ଅନାଥ ଆଶ୍ରମ ଗୁଡିକରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଭୋଜନର ବ୍ୟବସ୍ଥା କରି ସେମାନଙ୍କ ଗହଣରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି କ୍ରମେ ଆଜି ଅନୁଗୁଳ ୟୁଥ୍ ହଷ୍ଟେଲ ଆସୋସିଏସନ ନାଲକୋ ୟୁନିଟ ତରଫରୁ ଏହି କାର୍ଯ୍ୟକ୍ରମକୁ ବାଜିରାଉତ ଛାତ୍ରାବାସରେ ପାଳନ କରିଯାଇଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମସ୍ତେ ଶାନ୍ତିରେ ବସବାସ କରିବା ସହିତ ସାମାଜିକ ବା ସାମୁହିକ ବିକାଶରେ ସହଭାଗିତା ଭୂମିକା ଗ୍ରହଣ କରିବା ବୋଲି ରାଜ୍ୟ ୟୁଥ୍ ହଷ୍ଟେଲ ଆସୋସିଏସନର ସମ୍ପାଦକ ପ୍ରହଲ୍ଲାଦ ପଟ୍ଟନାୟକ ଏହି ଅବସରରେ କହିଥିଲେ । ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆସୋସିଏସନର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ସନ୍ତୋଷ ତ୍ରିପାଠୀ ,ମନୋରଞ୍ଜନ ପ୍ରଧାନ , ଶତ୍ରୁଘନ ସାହୁ , ପର୍ଶୁରାମ ଦାଶ , ମନୋଜ କୁମାର ପଣ୍ଡା , ଲିଟୁ ପଟ୍ଟନାୟକ , ସୂର୍ଯ୍ୟ ନାରାୟଣ ନାଥ ଓ ବାଜିରାଉତ ଛାତ୍ରାବାସ ସମ୍ପାଦକ ଭାବଗ୍ରାହୀ ନାଏକ ଉପସ୍ଥିତ ଥିଲେ । Advertisement
ସାତକୋଶିଆରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ୬ଟି ପ୍ରକଳ୍ପର ଭୂମିପୂଜନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିଲ୍ଲା ଖଣିଜ…
ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି।…
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…