ଅପରାଧ ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର Angul OnlineJune 11, 2022June 11, 2022 ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରା ମାନେ ଘରେ କଳାକନା ବୁଲାଇଛନ୍ତି । ସୂଚନା ଅନୁସାରେ , ଗୀତାଗ୍ରାମର ଶାଶ୍ଵତ କୁମାର ଦାସଙ୍କ ପରିବାର ଆଜି ଅପରାହ୍ନ ଚାରିଟା ବେଳେ ତାଳଚେରସ୍ଥିତ ଭାଇ ଘରକୁ ଯାଇଥିଲେ । ସେମାନେ ଯିବା ବେଳେ ଘର ଭିତର ଓ ବାହାର ଗେଟକୁ ତାଲା ପକାଇଥିଲେ । କିନ୍ତୁ ସନ୍ଧ୍ୟାରେ ଫେରିବା ବେଳକୁ ଘରର ମୁଖ୍ୟ ଗ୍ରୀଲ ଓ ଭିତର କବାଟ ଖୋଲା ଥିଲା । ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମାରୀ ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ନଗଦ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଦେଖିଥିଲେ । ଏ ଦେଖି ସେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…
ହରିମଉରୀ ଛକରେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ଅନୁଗୁଳ – ଅନୁଗୁଳ ସହରର ହରିମଉରୀ ଛକ ଠାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଛନ୍ତି ।…
ତଣ୍ଟି କାଟି ଓ ପଥରରେ ଛେଚି ହତ୍ୟା ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି…