ଅପରାଧମୁଖ୍ୟ ଖବର ଓଲଟା ଉଡିଲା ତ୍ରିରଙ୍ଗା Angul OnlineJanuary 26, 2021January 26, 2021 ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ ତାହା ଶିଖିପାରିଲେନି ସରକାରୀ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ଇଲିଛି ଅନୁଗୁଳ ସହରରେ । ସୂଚନା ଅନୁସାରେ ଆଜି ସକାଳେ ଅନୁଗୁଳର ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ପତାକା ଉତ୍ତୋଳନ ହୋଇଥିଲା । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ପତାକା ଉତ୍ତୋଳନ ବେଳେ ପତାକାଟି ଓଲଟା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଓଲଟା ପତାକା ଉଡିବା ଦେଖି ପୁଣି ଥରେ ପତାକାକୁ ତଳକୁ ଆଣି ସିଧାକରି ସଠିକ ଭାବେ ବନ୍ଧା ଯାଇଥିଲା । ତେବେ ଏଭଳି ଘଟଣା ଦେଖି ଜିଲ୍ଲାପାଳ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରି ସେଠାରୁ ଚାଲି ଯାଇଥିଲେ । ତେବେ ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସରକାରୀ ଅଧିକାରୀ ମାନେ ଜାତୀୟ ପତାକାକୁ ନେଇ ଲୋକ ସଚେତନ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । Advertisement
ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି…
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…
ଗାଁ ରାସ୍ତା ରେ ସମ୍ପର୍କୀୟ ଭାଣିଜୀ କୁ ହାଣିଲା ମାମୁଁ – ଭାଣିଜୀ ଗୁରୁତର ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ ଗ୍ରାମରେ ମାତାଲ ସମ୍ପର୍କୀୟ ମାମୁଁର ଛୁରା ମାଡରେ ଭାଣିଜୀ ଗୁରୁତର ହୋଇଥିବା ଜଣା ପଡିଛି ।…