ଅପରାଧମୁଖ୍ୟ ଖବର ଓଲଟା ଉଡିଲା ତ୍ରିରଙ୍ଗା Angul OnlineJanuary 26, 2021January 26, 2021 ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ ତାହା ଶିଖିପାରିଲେନି ସରକାରୀ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ଇଲିଛି ଅନୁଗୁଳ ସହରରେ । ସୂଚନା ଅନୁସାରେ ଆଜି ସକାଳେ ଅନୁଗୁଳର ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ପତାକା ଉତ୍ତୋଳନ ହୋଇଥିଲା । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ପତାକା ଉତ୍ତୋଳନ ବେଳେ ପତାକାଟି ଓଲଟା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଓଲଟା ପତାକା ଉଡିବା ଦେଖି ପୁଣି ଥରେ ପତାକାକୁ ତଳକୁ ଆଣି ସିଧାକରି ସଠିକ ଭାବେ ବନ୍ଧା ଯାଇଥିଲା । ତେବେ ଏଭଳି ଘଟଣା ଦେଖି ଜିଲ୍ଲାପାଳ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରି ସେଠାରୁ ଚାଲି ଯାଇଥିଲେ । ତେବେ ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସରକାରୀ ଅଧିକାରୀ ମାନେ ଜାତୀୟ ପତାକାକୁ ନେଇ ଲୋକ ସଚେତନ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । Advertisement
ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ ଅନୁଗୁଳ – ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି…
ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା ଅନୁଗୋଳ – ବାପା-ମା ଙ୍କ ମୋବାଇଲରେ ପୁଅ ଖେଳିବା ବାପ-ମାଙ୍କ ପାଇଁ କାଳ ହୋଇଛି । ପୁଅର ସାମାନ୍ୟ ଭୁଲ ଯୋଗୁଁ ବାପ-ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ…
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…