ମୁଖ୍ୟ ଖବର ଟ୍ରକ ଓଲଟି ପାଣିରେ ଭାସିଗଲା ୪୦୦ ବସ୍ତା ଧାନ Angul OnlineJanuary 25, 2024January 25, 2024 ତାଳଚେର – ଟ୍ରକ ଓଲଟି ପାଣିରେ ଭାସିଗଲା ଧାନବସ୍ତା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ସମଲ -ପବିତ୍ରନଗର ରାସ୍ତାରେ ଦେଖିବାକୁ ମିଳିଛି । ସମାକୋଇ ପୋଲରେ ଧାନ ବୋଝେଇ ଟ୍ରକ୍ ଓଲଟି ଯିବା ଫଳରେ, ନଦୀରେ ୪୦୦ରୁ ଅଧିକ ଧାନବସ୍ତା ଭାସି ଯାଇଛି । ସୂଚନା ଅନୁସାରେ ପୋଲ ଉପରେ ଦେଇ ଟ୍ରକଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଟ୍ରକରେ ଥିବା ଧାନ ବସ୍ତା ପୋଲ ତଳକୁ ପଡି ଭାସି ଯାଇଥିଲା । ଖବର ଅନୁସାରେ ଏହି ଧାନ ବୋଝେଇ ୧୨ ଚକିଆ ଟ୍ରକ୍ ଟି ପରାବିଲ୍ ସମବାୟ ସମିତିରୁ ଧାନ ନେଇ ଅନୁଗୁଳ ମିଲ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…
କେନାଲରେ ଭାସିଗଲେ ବୋଲବମ ଭକ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ…