ଆଞ୍ଚଳିକ ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ Angul OnlineAugust 4, 2024August 4, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ ସୋମବାର ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ଟ୍ରକ ମାଲିକ ମାନେ ଡାକରା ଦେଇଛନ୍ତି l ଏ ନେଇ ଟ୍ରଲ ମାଲିକ ମାନେ ଛେଣ୍ଡିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଛେଣ୍ଡିପଦା ଟ୍ରକ ମାଲିକ ରାଇଝରଣ ଠାରେ ଥିବା କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଲୋଡିଙ୍ଗ କରୁଥିବା ବେଳେ ଛେଣ୍ଡିପଦା ବ୍ଳକ ଅଞ୍ଚଳର ଟ୍ରକ ଗୁଡିକୁ କମ୍ପାନୀ ପକ୍ଷରୁ କୋଇଲା ଖଣିରେ ଲୋଡିଙ୍ଗ ଦେଉ ନାହାନ୍ତି ବୋଲି କହିଥିଲେ l ଏନେଇ ବାରମ୍ବାର ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ଫଳରେ ଟ୍ରକ ମାଲିକ ମାନେ ସୋମବାର ଠାରୁ ରାଇଝରଣ ଠାରେ ଥିବା ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ନିଷ୍ପତି ନେଇଥିଲେ l ଏହି ଖବର ପାଇଁ ଅନୁଗୁଳ ଏସଡିପିଓଙ୍କ ଅଧକ୍ଷତାରେ ନିଶା ଥାନାରେ ଟ୍ରକ ମାଲିକ ଓ କମ୍ପାନୀ କତୃପକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ କମ୍ପାନୀ ପକ୍ଷରୁ ସମୟ ମାଗିଥିଲେ l ଏଥିପାଇଁ ଟ୍ରକ ମାଲିକ ମାନେ ପ୍ରଶାସନକୁ ସମ୍ମାନ ଦେଇ ଅର୍ଥନୈତିକ ଅବରୋଧକୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଦାବୀ ପୂରଣ ହେଲେ ଆନ୍ଦୋଳନ ହଟିବ ନଚେତ ଆନ୍ଦୋଳନ ଜାରି ରଖିବେ ବୋଲି ଟ୍ରକ ମାଲିକ ମାନେ ସୂଚନା ଦେଇଛନ୍ତି l Advertisement
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର…
ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ – ପବିତ୍ର ‘ଗଣେଶ ପୂଜା’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଓ ଡେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବିଭିନ୍ନ ସାମାଜିକ…