ଆଞ୍ଚଳିକଭଲ ଖବରମୁଖ୍ୟ ଖବର ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ Angul OnlineJanuary 16, 2021January 16, 2021 ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ନନ୍ଦ କିଶୋର ସାହୁ ପ୍ରଥମ ଟୀକା ନେଇଥିଲେ । ଆଜି ଜିଲ୍ଲାର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଦୁଇଟି ସ୍ଥାନରେ ଟୀକାକରଣ କାର୍ଯ୍ୟକ୍ରମ କରା ଯାଉଛି । ପ୍ରଥମ ଦିନରେ ଉଭୟ ସ୍ଥାନରେ ୧୦୦ ଲେଖାଏଁ ଟୀକା ଦିଆ ଯିବା ପାଇ ବନ୍ଦୋବସ୍ତ କରା ଯାଇଛି । ଜିଲ୍ଲାର ୭୩୨୬ ଜଣ ଏହି କରୋନା ଟୀକା ନେବା ପାଇଁ ରେଜିଷ୍ଟ୍ରେଶନ କରିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜଣିଆ ଭେକସିନେଶ ଟିମ ସହ ୨୦୧ ଜଣ ଭେକସିନେଟର ନିୟୋଜିତ ହୋଇଛନ୍ତି । https://youtu.be/Gold5O3sfNo Advertisement
ମାଳତୀ ଦେବୀ ଥିଲେ ଜଣେ ସାଲିସ ବିହୀନ ସମାଜସେବୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଡି କଲୋନୀ ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୧୧୭ ତମ ଜନ୍ମ ଜୟନ୍ତୀ…
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…