ଖେଳ ଓ ଖେଳାଳି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ Angul OnlineJanuary 11, 2021January 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହାଣ୍ଡିଗୋଡା ଠାରେ ରବିବାର ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହାଣ୍ଡିଗୋଡା ମା ଗ୍ରାମେଶ୍ୱରୀ ସ୍ପୋର୍ଟସ କ୍ଳବ ପରିଚାଳନାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ କୁଣ୍ଢେଇଗୋଳା ,ଛେଣ୍ଡିପଦା ,ବ୍ରାହ୍ମଣବିଲ ,ଅନୁଗୋଳ ଡୋନା କ୍ଲବ ,ଢେଙ୍କାନାଳର ଟାଟାଷ୍ଟିଲ ,ଟାକୁଆ ,ପଥରମୁଣ୍ଡା ,ଡେରେଙ୍ଗ ଭଳି ୮ଟି ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ । ଖେଳର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଭଲିବଲ ଦଳକୁ ନେଇ ଲିଗ ମ୍ୟଚ ଅନୁଷ୍ଠିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ ରାତ୍ରୀ ୮ଟା ବେଳେ ଟାକୁଆ ଓ କଣ୍ଢେଇଗୋଳା ମଧ୍ୟରେ ଆରମ୍ଭ ହୋଇଥିଲା । ଖେଳରେ ଟାକୁଆ ଦଳ ୩/୨ସେଟରେ କୁଣ୍ଢେଇଗୋଳାକୁ ହରାଇ ମା ଗ୍ରାମେଶ୍ୱରୀ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଏହି ଉଦ୍ଯାପିତ ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବେ ଭାଜପାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଗସ୍ତୀ ବେହେରା ,ଗୋବିନ୍ଦ ନାଏକ ,ଗ୍ରାମ ସଭାପତି ଭରତ ନାୟକ ,ରଘୁନାଥ ପ୍ରଧାନ ,ଡିଲେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଏବଂ ରନର୍ସ ଦଳକୁ କପ ଦେଇ ପୁରସ୍କୃତ କରିଥିଲେ । ଚିନ୍ମୟ କୁମାର ଦାଶ ଓ ଗୋବିନ୍ଦ ଅଧିକାରୀ ରେଫରୀ ଭାବେ ଖେଳକୁ ପରିଚାଳନା କରିଥିଲେ । ଭାଷ୍ୟକାର ନଗେନ ନାଥ ଧାରାବିବରଣୀ ଦେଇଥିବା ବେଳେ ଗ୍ରାମେଶ୍ୱରୀ ସ୍ପୋର୍ଟସ କ୍ଲବର ପ୍ରଶାନ୍ତ ପ୍ରଧାନ ,ପ୍ରଭାତ କୁମାର ପ୍ରଧାନ ,ପ୍ରଳୟ କୁମର ପ୍ରଧାନ ,ସୁବ୍ରତ କୁମାର ମାଝୀ ,ରଞ୍ଜନ ଦେହୁରୀ ,ସିର୍ଦ୍ଧାଥ ମାଝୀ ,ସୁନିଲ ଦେହୁରୀ ,ଆନନ୍ଦ ପ୍ରଧାନ ,ସୁମନ୍ତ ଦେହୁରୀ ,ତପନ ମାଝୀ ,ସୁନିଲ ପ୍ରଧାନ ଏବଂ କ୍ଲବର ସମସ୍ତ ସଭ୍ୟ ଯୋଗଦେଇ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ । Advertisement
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଛେଣ୍ଡିପଦା – ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଂଚାୟତ ବରନାଳି ଗାଁରେ ଏକ ଦିବାରାତ୍ର ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି । ବରନାଳି ଭଲିବଲ…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…