ମୁଖ୍ୟ ଖବର ଦୁର୍ଘଟଣାରେ ମହିଳା ମୃତ Angul OnlineDecember 24, 2022December 24, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କାଙ୍ଗୁଲା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗାଁର ଚାନ୍ଦ ସେଠ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅନୁଗୁଳ ଆଡୁ ମହିଧରପୁର ଆଡକୁ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡିବା ସହ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୋଟରସାଇକେଲ ଆରୋହି ଜଣଙ୍କ ମଧ୍ୟ ଆହତ ହୋଇଥିବା ବେଳେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । Advertisement
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା – ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍ ଅନୁଗୁଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅନୁଗୁଳ…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଆଜି ସନ୍ଧ୍ୟାରେ ଅନୁଗୁଳ ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ…