ଅପରାଧ ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ତ୍ରୀ । ଆଉ ଗୁରୁତର ଅବସ୍ଥାରେ ସ୍ଵାମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଗୋଳାଗାଡିଆର ଅରୁଣ ମିଶ୍ର ନାମକ ଜଣେ ବ୍ୟକ୍ତି ଘର ଖର୍ଚ୍ଚ ପାଇଁ ନିଜ ସ୍ତ୍ରୀ ଠାରୁ ୧ ହଜାର ଟଙ୍କା ନେଇଥିଲେ । ତେବେ ଆଜି ସକାଳେ ସ୍ଵାମିକୁ ସେହି ଟଙ୍କା ଫେରାଇବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ଏହାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା । ତେବେ ଏହି କଳହ ବେଳେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏକ ଟାଙ୍ଗିଆରେ ସ୍ବାମୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟ ଅରୁଣଙ୍କ ଅଣ୍ଟାରେ ବାଜିବା ଫଳରେ ସେ ସେଠାରେ ପଡି ଯାଇଥିଲେ । ପରିବାର ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଆକ୍ରମଣ କରିବା ପରେ ସ୍ତ୍ରୀ ଘରୁ କେଉଁଆଡେ ପଳାଇ ଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…
ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା – ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପରିବାରିକ ବିବାଦ ଘଟଣାରେ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଶ୍ରୀଧର ମୁଣ୍ଡାକୁ ବୁଧବାର ଅନୁଗୁଳ ଅତିରିକ୍ତ ଜିଲା ଓ ସେସନ୍ସ…
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…