ମୁଖ୍ୟ ଖବର ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟ ଲୋପିତା ଖଣ୍ଡୁଆଳ । ସୂଚନା ଅନୁସାରେ ଲୋପିତାଙ୍କ ସ୍ଵାମୀ ରେଳ ବିଭାଗରେ ଚାକିରି କରୁଥିବା ବେଳେ ଭଡା ଘରେ ଲୋପିତା ପ୍ରାୟ ଏକୁଟିଆ ରୁହନ୍ତି । ଲୋପିତା ଆଜି ସନ୍ଧ୍ୟାରେ ତାଙ୍କର ୮ ବର୍ଷୀୟ ପୁଅକୁ ଇକୋ ପାର୍କ ପାଖରେ ଥିବା ତାଙ୍କ ସାଙ୍ଗ ଘରେ ଛାଡି ଦେଇ ଆସିଥିଲେ । ବହୁ ସମୟ ଧରି ନ ଆସିବାରୁ ତାଙ୍କ ସାଙ୍ଗ ଲୋପିତାଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ କରିବା ପରେ ନ ଉତ୍ୟହାଇବାରୁ ବାଧ୍ୟ ହୋଇ ତାଙ୍କ ସାଙ୍ଗ ଲୋପିତାଏନକେ ପୁଅକୁ ଧରି ଲୋପୀତା ରହୁଥିବା ଭଡାଘରକୁ ଆସିଥିଲେ । ତେବେ ଘର ଭିତର ପଟରୁ ବନ୍ଦ ଥିବା ବେଳେ କେହି ନଶୁଣିବାରୁ ତାଙ୍କର ସନ୍ଦେହ ହୋଇଥିଲା । ଝରକାରେ ଦେଖିବା ବେଳେ ଲୋପିତାଙ୍କ ମୁତଦେହ ଝୁଲୁଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରତମ୍ଭ କରିଥିବା ବେଳେ ତାଙ୍କ ସ୍ବାମୀଙ୍କୁ ସୂଚନା ଦିଆ ଯାଇଛି । Advertisement
ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍…
ରାତି ଅଧରେ ରାସଲୀଳା ଉଦ୍ୟମ – ବନ୍ଧା ହେଲା ରଙ୍ଗିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀଙ୍କ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ପୁଲିସ…
ବନ ବିଭାଗ ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକ ମୃତ – ଉତ୍ତେଜନା ଅନୁଗୁଳ – ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କାରେ ୱାଚର ମୃତ। ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ ତରଭା ଛକ ନିକଟରେ ପେଟ୍ରୋଲିଂ କରୁଥିବା…