ମୁଖ୍ୟ ଖବର ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟ ଲୋପିତା ଖଣ୍ଡୁଆଳ । ସୂଚନା ଅନୁସାରେ ଲୋପିତାଙ୍କ ସ୍ଵାମୀ ରେଳ ବିଭାଗରେ ଚାକିରି କରୁଥିବା ବେଳେ ଭଡା ଘରେ ଲୋପିତା ପ୍ରାୟ ଏକୁଟିଆ ରୁହନ୍ତି । ଲୋପିତା ଆଜି ସନ୍ଧ୍ୟାରେ ତାଙ୍କର ୮ ବର୍ଷୀୟ ପୁଅକୁ ଇକୋ ପାର୍କ ପାଖରେ ଥିବା ତାଙ୍କ ସାଙ୍ଗ ଘରେ ଛାଡି ଦେଇ ଆସିଥିଲେ । ବହୁ ସମୟ ଧରି ନ ଆସିବାରୁ ତାଙ୍କ ସାଙ୍ଗ ଲୋପିତାଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ କରିବା ପରେ ନ ଉତ୍ୟହାଇବାରୁ ବାଧ୍ୟ ହୋଇ ତାଙ୍କ ସାଙ୍ଗ ଲୋପିତାଏନକେ ପୁଅକୁ ଧରି ଲୋପୀତା ରହୁଥିବା ଭଡାଘରକୁ ଆସିଥିଲେ । ତେବେ ଘର ଭିତର ପଟରୁ ବନ୍ଦ ଥିବା ବେଳେ କେହି ନଶୁଣିବାରୁ ତାଙ୍କର ସନ୍ଦେହ ହୋଇଥିଲା । ଝରକାରେ ଦେଖିବା ବେଳେ ଲୋପିତାଙ୍କ ମୁତଦେହ ଝୁଲୁଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରତମ୍ଭ କରିଥିବା ବେଳେ ତାଙ୍କ ସ୍ବାମୀଙ୍କୁ ସୂଚନା ଦିଆ ଯାଇଛି । Advertisement
ଦୁଇ ଦୁର୍ଘଟଣା – ଚାରି ମୃତ ଅନୁଗୁଳ – ଆଜି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବଅଁରପାଳରୁ ତାଳଚେର ଯାଇଥିବା ଜାତୀୟ ରାଜପଥ ୧୪୯ ରେ ଥିବା…
ପୋଷାକ ଦୋକାନରେ ଅଗ୍ନିକାଣ୍ଡ ଅନୁଗୁଳ – ଅନୁଗୁଳ ବଜାର ଛକ ସ୍ଥିତ ଏକ ଡ୍ରେସ ଶୋ ରୁମରେ ଅଗ୍ନିକାଣ୍ଡ । ଏହା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ଜଳି ପାଉଁଶ…
ପାଣି ଆଣିବାକୁ ଗଲାବେଳେ ମାଡି ବସିଲା କାନ୍ଥ – ବୃଦ୍ଧା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ , ଡାବରଧୁଆଁ ଗ୍ରାମରେ ଘଟିଛି ଏକ ଅଘଟଣ। ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ କାନ୍ଥ…