ମୁଖ୍ୟ ଖବର କେନାଲରେ ଗାଧେଇବା ହେବା କାଳ – ପାଣିରେ ବୁଡି ଯୁବକ ମୃତ Angul OnlineAugust 8, 2021August 8, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଗାଧୋଇବା ବେଳେ ବୁଡ଼ିଯିବାରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉତ୍ତରପ୍ରଦେଶ ଗୋରଖପୁରର ୨୫ ବର୍ଷୀୟ ଅବିନାଶ ତ୍ରିପାଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ସହର ହାଉସିଂ ବୋର୍ଡ ନିକଟରେ ରହୁଥିବା ଅବିନାଶ ଆଜି ଦିନ ବେଳା କେତେଜଣ ସାଙ୍ଗଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଆସିଥିଲେ । ଏଠାରେ ଥିବା କେନାଲରେ ସେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗମାନେ ଅବିନାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ଯୁବକକୁ ବହୁ ସମୟ ଖୋଜାଖୋଜି କରିଥିଲେ । ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲ ଭିତରୁ ଅବିନାଶଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ସଦର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । Advertisement
ଟ୍ରକ ଧକ୍କାରେ ବୃଦ୍ଧା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ…
ଅସହାୟ ବୃଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ – ଟ୍ରଲିରେ ବୋହି ସତ୍କାର କଲେ ସରପଞ୍ଚ ପାଲଲହଡା- ହଜିଗଲା ମାନବିକତା, ମିଳିଲାନି ଚାରି କାନ୍ଧ I ବାଧ୍ଯ ହୋଇ ସରପଞ୍ଚ ଟ୍ରଲିରେ ବୋହି ନେଇ ଅସହାୟ ବୃଦ୍ଧାଙ୍କ ଶବକୁ ସତ୍କାର କରିଥିଲେ I ଏମିତି…
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…