ମୁଖ୍ୟ ଖବର କେନାଲରେ ଗାଧେଇବା ହେବା କାଳ – ପାଣିରେ ବୁଡି ଯୁବକ ମୃତ Angul OnlineAugust 8, 2021August 8, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଗାଧୋଇବା ବେଳେ ବୁଡ଼ିଯିବାରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉତ୍ତରପ୍ରଦେଶ ଗୋରଖପୁରର ୨୫ ବର୍ଷୀୟ ଅବିନାଶ ତ୍ରିପାଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ସହର ହାଉସିଂ ବୋର୍ଡ ନିକଟରେ ରହୁଥିବା ଅବିନାଶ ଆଜି ଦିନ ବେଳା କେତେଜଣ ସାଙ୍ଗଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଆସିଥିଲେ । ଏଠାରେ ଥିବା କେନାଲରେ ସେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗମାନେ ଅବିନାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ଯୁବକକୁ ବହୁ ସମୟ ଖୋଜାଖୋଜି କରିଥିଲେ । ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲ ଭିତରୁ ଅବିନାଶଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ସଦର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । Advertisement
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…
ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି…