ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବକ ମୃତ Angul OnlineJune 1, 2021June 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟକାନ୍ତ କର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟକାନ୍ତ କର ଆଜି (ମଙ୍ଗଳବାର) ତାଙ୍କ ସାଙ୍ଗ ମାନଙ୍କ ସହିତ ଡେରଜାଙ୍ଗ ଡ୍ୟାମ୍ ନିକଟକୁ ଭୋଜି କରିବାକୁ ଯାଇଥିଲେ । ସେ ହସ ଖୁସିରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ ଖାଇ ସାରି ଏକ ମୋଟରସାଇକେଲରେ ଫେରୁଥିଲେ । ସେ ଡେରଜାଙ୍ଗ ଡ୍ୟାମରୁ ଜାତୀୟ ରାଜପଥକୁ ବାହାରିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଜୟଙ୍କ ଘଟଣା ସ୍ଥଳରେ ମୃତ ହୋଇଥିଲା । ତାଙ୍କ ସହ ମୋଟରସାଇକେଲରେ ବସିଥିବା ବନ୍ଧୁଙ୍କର ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…