ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବକ ମୃତ Angul OnlineJune 1, 2021June 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟକାନ୍ତ କର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟକାନ୍ତ କର ଆଜି (ମଙ୍ଗଳବାର) ତାଙ୍କ ସାଙ୍ଗ ମାନଙ୍କ ସହିତ ଡେରଜାଙ୍ଗ ଡ୍ୟାମ୍ ନିକଟକୁ ଭୋଜି କରିବାକୁ ଯାଇଥିଲେ । ସେ ହସ ଖୁସିରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ ଖାଇ ସାରି ଏକ ମୋଟରସାଇକେଲରେ ଫେରୁଥିଲେ । ସେ ଡେରଜାଙ୍ଗ ଡ୍ୟାମରୁ ଜାତୀୟ ରାଜପଥକୁ ବାହାରିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଜୟଙ୍କ ଘଟଣା ସ୍ଥଳରେ ମୃତ ହୋଇଥିଲା । ତାଙ୍କ ସହ ମୋଟରସାଇକେଲରେ ବସିଥିବା ବନ୍ଧୁଙ୍କର ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି ।…
ହୋଲି ଖେଳି ତଣ୍ଡ ଗଣିଲେ ଯୁବକ କିଶୋରନଗର – ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳ ଉପରେ କଟକଣା ଲଗାଇଥିଲେ । ତେବେ ଅନୁଗୁଳ…
ପଣସ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫…