ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଯୁବକ ମୃତ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ-ଦେବଗଡ ୬୩ ନମ୍ବର ରାଜ୍ୟ ରାଜପଥର ଗୋଳାଗାଡିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୋଶଳା ଗ୍ରାମର ହେମନ୍ତ ସାହୁଙ୍କ ପୁଅ ରଞ୍ଜିତ ସାହୁ (୨୯) ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ କାମ କରନ୍ତି । ଆଜି ସନ୍ଧ୍ୟାରେ ସେ କମ୍ପାନୀରୁ କାମ ସାରି ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ସାମ୍ବାଦିକଙ୍କୁ ଆକ୍ରମଣ – ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ମାନଙ୍କ ଭିତରେ ରହିଛନ୍ତି ୩ ଜଣ…
ଲକ୍ଷ୍ମୀ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା – କାବୁ କରି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ -ପାର୍କିଂରେ ଥିବା ଗାଡିକୁ ପଛରୁ ଧକ୍କା ଦେଲା ଲକ୍ଷ୍ମୀବସ । ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଦୁଇଟି କାରକୁ ପଛରୁ ଧକ୍କା ଦେବା…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…