ମୁଖ୍ୟ ଖବର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ Angul OnlineJuly 1, 2021July 1, 2021 ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ସରଧାପୁର ଗ୍ରାମର ଟିକନ ମହାନ୍ତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଟିକନ ରେଙ୍ଗାଳି ଗାଁ ରେ ଥିବା ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବା ସମୟରେ ଗୋଦା ଖସି ଯିବାରୁ ନଦୀର ପ୍ରଖର ସ୍ରୋତ ଭାସି ଯାଇଥିଲେ । ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ତେବେ ଖବର ଲେଖାଯିବା ଯାଏ ଉଦ୍ୟମ ଜାରି ରଖା ଯାଇଥିବା ବେଳେ ଟିକନଙ୍କୁ ଠାବ କରାଯାଇ ପାରି ନାହିଁ । Advertisement
ନେହେରୁ ଶତାବ୍ଦୀ ହସ୍ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି । ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପରିଚାଳିତ ଏହି ହସ୍ପିଟାଲକୁ ରାଜ୍ୟ…
ତୁର୍କୀ ପରେ ତାଳଚେରକୁ ଭୂମିକମ୍ପର ଭୟ ତାଳଚେର – ତୁର୍କୀରେ ଭୟାବହ ଭୂମିକମ୍ପ ପରେ ଏବେ ତାଳଚେର ସହରବାସୀଙ୍କ ମନରେ ଭୟର ବାତାବରଣ । କେତେବେଳେ ଯେ କିଏ ମାଟି ତଳକୁ ଦବି ଯିବ…
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…