ମୁଖ୍ୟ ଖବର ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ Angul OnlineJuly 10, 2024July 10, 2024 ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ । ଅନୁଗୁଳ ଜିଲ୍ଲାର ଜଣେ ଥାନା ଅଧିକାରୀଙ୍କୁ ଏମିତି ଅଶ୍ଳୀଳ ଭାଷାରେ ଗାଳିର ଏକ ଅଡିଓ କ୍ଲିପିଂ ଏବେ ଭାଇରାଲ ହେବାରେ ଲାଗିଛି । ଥାନା ଅଧିକାରୀ କିଛି କହୁ ନ ଥିଲାବେଳେ ଯୁବକ ଜଣଙ୍କ ଅତି ଖରାପ ଭାଷାରେ ତାଙ୍କୁ ଗାଳିମନ୍ଦ କରୁଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ସହରର ଜଣେ ଯୁବକଙ୍କୁ ଏକ ଥାନାର ପୁଲିସ ଅଧିକାରୀମାନେ ପଚରାଉଚରା ପାଇଁ ନେଇଥିଲେ । ପରେ ତାଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଥାନା ଅଧିକାରୀଙ୍କୁ ଗାଳି କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କୁ ଥାନାରୁ ହଟାଇଦେବା ପାଇଁ ଧମକ ଦେଉଛନ୍ତି । କିଛି ନେତାଙ୍କ ନାଁ ନେଇ ଗାଳି କରିବା ସହ ତାଙ୍କୁ ଥାନାକୁ କାହିଁକି ନେଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି । ଥାନା ଅଧିକାରୀ ଜଣଙ୍କ ଅତି ଭଦ୍ର ଭାଷାରେ କଥା ହେଉଥିଲା ବେଳେ ଏହି ଯୁବକ ଜଣଙ୍କ ବିଲ୍କୁଲ ଶୁଣିବା ଅବସ୍ଥାରେ ନାହାନ୍ତି । ଏପରିକି ତାଙ୍କ ଘରକୁ ଆସି ଭୁଲ ମାଗିବାକୁ ବାଧ୍ୟ କରୁଛନ୍ତି । ନ ହେଲେ ପରେ ପିଟିବେ, ମାରିବେ ,ଚାକିରି ଖାଇଦେବେ ବୋଲି ଧମକାଉଛନ୍ତି । ଯୁବକଜଣଙ୍କ ଏମିତି ଗାଳି କରୁଥିବା ଅଡିଓ ଏବେ ଭାଇରାଲ ହେଉଥିଲା ବେଳେ ଏନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା…
କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା କାଜୁ ଜଙ୍ଗଲରୁ ଆଜି (ମଙ୍ଗଳବାର) ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ କୋଶଳା…
ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…