ଅପରାଧ ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର Angul OnlineMay 26, 2021May 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ ଏ ନେଇ ମହୀଧରପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଗତକାଲି(ମଙ୍ଗଳବାର) ସକାଳେ ସାଇ ଶ୍ରୀ ମୋବାଇଲ ଦୋକାନର ସଟର ତଡା ଯାଇଥିବା ଦେଖିବାକୁ ଲୋକ ସନାତନଙ୍କୁ ଖବର ଦେଇଥିଲେ । ସନାତନ ସେଠାରେ ପହଞ୍ଚି ଦୋକାନର ତାଲା ଭାଙ୍ଗି, ସଟର ତାଡି ଭିତରେ ଥିବା କୀଚଚି ଟଙ୍କା ଓ ମୋବାଇଲ ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ସେ ତୁରନ୍ତ ଏ ସମ୍ପର୍କରେ ଫାଣ୍ଡିରେ ଜଣାଇବା ପରେ ପୁଲିସ ଆସି ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ଦୋକାନରେ ଥିବା ୧୦ ହଜାର ଟଙ୍କା , ମୋବାଇ ଫୋନ , କମ୍ପ୍ୟୁଟର , ସିସି ଟିଭି କ୍ୟାମେରା , ଇନଭର୍ଟର ଆଦି ଚୋୟ ହୋଇଥିବା ଜାଣିବାକୁ ମିଳିଛି । ପୁଲିସ ଏ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ତେବେ ଫାଣ୍ଡିଠାରୁ ମାତ୍ର ଅଳ୍ପ ଦୂରରେ ଜନବସତି ପୂର୍ଣ୍ଣ ଏଭଳି ଏକ ସ୍ଥାନରୁ ଚୋରି ହୋଇଥିବା ଯୋଗୁଁ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଚୋରମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ସାଧାରଣାରେ ମତ ପ୍ରକାଶ ପାଇଛି । Advertisement
ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ…
ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ…
ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫…