ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ

ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି ଲିଙ୍ଗରାଯୋଡ଼ି ଗ୍ରାମର ସତ୍ୟଜିତ୍ ପ୍ରଧାନ ଓରଫ୍ ବାପି ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକଚମକ ଦେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ସୌଭାଗ୍ୟ ଅଞ୍ଚଳର ରହୁଥିବା ଜଣେ ମହିଳାଙ୍କୁ ପ୍ରଥମେ ବାପି ଫୋନ୍‌ରେ ଧମକ ଦେଇଥିଲା । ପରେ ମହିଳାଙ୍କ ଘରକୁ ଯାଇ ବଂଶ ନିପାତ ଧମକ ଦେବା ପରେ ମହିଳା ଜଣଙ୍କ ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରି ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି

Advertisement

Leave a Reply

Your email address will not be published. Required fields are marked *

You cannot copy content of this page