ଅନୁଗୁଳ – ଅନୁଫୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।

ସୂଚନା ଅନୁସାରେ , ରାଇଝରଣ ସିତିରାସାହିର ବୈଷ୍ଣବ ନାଏକଙ୍କ ପୁଅ ଚଣ୍ଡାଳ ନାଏକ , ସ୍ତ୍ରୀ ଦୁତୀ ନାଏକ ଏବଂ ରାଜା ବେହେରାଙ୍କ ପୁଅ କାଳିଆ ବେହେରା ଏକ ମୋଟରସାଇକେଲରେ ଡେରେଜାଙ୍ଗ ଡ୍ୟାମ୍ ରୋଡ ରୁ ବାହାରି ରଙ୍ଗ ରୁଟ ରେ ଉଗି ଯାଉଥିବା ବେଳେ ବଲାଙ୍ଗିର ଅଞ୍ଚଳରୁ ଅନୁଗୁଳ ଅଭିମୁଖେ ଯାତ୍ରୀ ନେଇ ଆସୁଥିବା ସରକାରୀ ବସ ସହ ମୋଟରସାଇକେଲର ଧକ୍କା ହୋଇଥିଲା । ଯାହା ଫଳରେ ତିନି ଜଣ ଗୁରୁତର ହୋଇଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଏବଂ ସଦର ପୁଲିସ ଗୁରୁତର ଅବସ୍ଥାରେ ପୁଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।