ଛେଣ୍ଡିପଦା – ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା ମିଳିଛି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ଜରପଡା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵର କତଡା ଠାରେ ଥିବା କ୍ଳାସିକ ଢ଼ାବା ସମ୍ମୁଖରେ ୨୦୧୮ ମସିହା ଜୁନ ୨୨ ତାରିଖ ରାତ୍ରୀରେ ପାଣି ଟ୍ୟାଙ୍କର କ୍ୟାବିନ ଭିତରେ ଚାଳକଙ୍କ ମୃତଦେହ ମିଳିଥିଲା । ଘଟଣାର ୩ ବର୍ଷ ପରେ ଜରପଡା ପୁଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏବେ ମଧ୍ୟ ଜଣେ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ସୌଭାଗ୍ୟ ରଞ୍ଜନ ସାହୁ , ଠାକୁରଗଡ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ବିକାଶ ନାୟକ ଓ ଜରପଡା ଥାନା ଅନ୍ତର୍ଗତ ବଡହିଁସର ଗ୍ରାମର ପୁରୁଷୋତମ ସାହୁ ଓ ଫେରାର ଥିବା ଅଭିଯୁକ୍ତ ଜରପଡା ଥାନା ଅନ୍ତର୍ଗତ ବହହିଁସର ଗ୍ରାମର ବୈକୁଣ୍ଠ ସାହୁ ବୋଲି ପୁଲିସ ସୂଚନା ଦେଇଛି ।


