ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ Angul OnlineDecember 4, 2021December 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରୁ ଜଣେ ଜରାସିଂହା ଗାଁ ସୌମ୍ୟ ସାହୁ ଓ ଅନ୍ୟ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଗାଡିରେ ୪ ଜଣ ବସିଥିବା ବେଳେ ଟାଙ୍ଗିରୀ ଗାଁ ର ଚିନ୍ମୟ ସାହୁକୁ ନିଶା ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରୀତ କରା ଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ବଦଳିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ନିରଞ୍ଜନ ସାହୁଙ୍କର ପୁଣି ଥରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି…
ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି…
ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିଛି । ସୂଚନା ଅନୁସାରେ ତାଳଚେର…