ମୁଖ୍ୟ ଖବର ବଦଳିଲେ ଥାନା ଅଧିକାରୀ Angul OnlineOctober 6, 2021October 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ ଅନ୍ୟ ଥାନାକୁ ବଦଳି ହୋଇଥିବା ବେଳେ ହେଡକ୍ଵାଟରରେ ଥିବା ଜଣେ ଇନସପେକ୍ଟରକୁ ଥାନା ଦାୟିତ୍ଵ ଦିଆ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ବହୁଦିନ ଧରି ଅନୁଗୁଳ ଥାନା ଦାୟିତ୍ବରେ ଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କର ବଦଳି ହୋଇଥିବା ବେଳେ ତାଙ୍କୁ ତାଳଚେର ଥାନାକୁ ବଦଳି କରା ଯାଇଛି । ସେହିଭଳି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ଥାନାକୁ ବଦଳି କରା ଯାଇଛି । କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକଙ୍କୁ କୋଲିୟାରୀ ଥାନାକୁ ବଦଳି ହୋଇଥିବା ବେଳେ ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ କଣିହାଁ ଥାନା , ଓ ଅନୁଗୁଳ ହେଡକ୍ଵାଟରରେ ଥିବା ପରାଓ ଟୁଡୁଙ୍କୁ ପାଲଲହଡା ଥାନାକୁ ବଦଳି କରାଯାଇଥିବା ଜଣା ପଡିଛି । Advertisement
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ…
ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ ଅନୁଗୁଳ – ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଆଜି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସୁଛନ୍ତି ବୋଲି…