ମୁଖ୍ୟ ଖବର ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ Angul OnlineAugust 17, 2021August 17, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏକ ଗେଷ୍ଟହାଉସ ଠାରେ ପୁଅ ଓ ଝିଅ ଘର ପକ୍ଷରୁ ଯୌତୁକ ଜିନିଷ ଫେରାଇବାକୁ ନେଇ ଆଲୋଚନା ଚାଲୁଥିବା ବେଳେ ଯୁକ୍ତି ତର୍କରୁ ଜ୍ଵାଇଁର ଆକ୍ରମଣରେ ଶଶୁର ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲୁଙ୍ଗା ଖମାର ଗାଁର ନରେଶ ନାହାକଙ୍କୁ କାମାକ୍ଷାନଗର ଅଞ୍ଚଳର ଲିଙ୍ଗରାଜ ପରିଡାଙ୍କ ଝିଅ ସହିତ ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ଗତ ଏକ ବର୍ଷ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନରେଶଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଆସିଥିଲେ । ପରେ ଝିଅ ଘର ପକ୍ଷରୁ ଥାନାରେ ଅଭିଯୋଗ କରି ସମସ୍ତ ଜିନିଷ ପତ୍ର ନେଇ ଆସିବା ସହିତ ବାକି ଥିବା ୫ ଲକ୍ଷ ୧୫ ହଜାର ଟଙ୍କା ଓ ସୁନା ଫେରାଇବାକୁ ପୁଅ ଘରକୁ କହିଥିଲେ । ତେବେ ଆଜି ସମସ୍ତ ଜିନିଷ ପୁଅ ଘର ପକ୍ଷରୁ ଫେରାଇବାକୁ ଝିଅ ଘରକୁ ଏକ ଗେଷ୍ଟ ହାଉସକୁ ଡକାଇଥିଲେ । ତେବେ ଉଭୟ ପକ୍ଷରୁ କଥା କଟା କଟିକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ ଜ୍ଵାଇଁ ଉତ୍ତ୍ୟକ୍ତ ହୋଇ ଏକ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଛୁରା ମାଡ଼ରେ ଶଶୁରଙ୍କ ହାତଟି କଟି ଯାଇଥିଲା । ତାଙ୍କୁ ସେଠାରୁ ଘର ଲୋକ ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ତେବେ ଛୁରୀରେ ଶଶୁରଙ୍କୁ ଆକ୍ରମଣ କରିବା ଘଟଣାକୁ ଜ୍ଵାଇଁ ଅସ୍ଵୀକାର କରିଥିବା ବେଳେ ତାଙ୍କୁ ଝିଅ ଘର ଲୋକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ତେବେ ଉଭୟ ପକ୍ଷରୁ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ବଢୁଛି ଖଣି ବିରୋଧୀ ଅସନ୍ତୋଷ – ଭିଟାମାଟି ନ ଛାଡିବାକୁ ଶପଥ ନେଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଶିବ ମନ୍ଦିର ଠାରେ ଆଜି ଗ୍ରାମବାସୀ ମାନଙ୍କର ଏକ ମେଳି ହୋଇଥିଲା । ଏଥିରେ ଜିଏମଡିସି କମ୍ପାନୀ…
ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ-ଖୋଲିଲା ଗୋଟିଏ ଗେଟ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଉପରମୁଣ୍ଡରେ…