ମୁଖ୍ୟ ଖବର ରବିବାରଠାରୁ ବାଲି , ପଥର , ମୋରମ ପରିବହନ ବନ୍ଦ ରହିବ Angul OnlineNovember 9, 2024November 9, 2024 ଅନୁଗୁଳ – ଆସନ୍ତାକାଲି(୧୦/୧୧/୨୪) ଠାରୁ ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ଖଣିଜ ଦ୍ରବ୍ୟ ପରିବହନ ଅନିର୍ଦିଶ୍ଟ କାଳ ପାଇଁ ବନ୍ଦ ରହିବ । ଏଭଳି ଲଘୁ ଖଣିଜ୍ ପଦାର୍ଥ ପରିବହନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଟ୍ରିପର ଓ ହାଇୱା ସଙ୍ଘ । ଆଜି ସନ୍ଧ୍ୟା ସମୟରେ ଛେଳିଆପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ତରଫରୁ ଏଭଳି ସୂଚନା ଦିଆ ଯାଇଛି । ସୂଚନା ଅନୁସାରେ ପୂର୍ବରୁ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଅଧିକାରୀ ଓ ଖଣି ଅଧିକାରୀ ପ୍ରମୁଖକୁ ସଂଘ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ଲଘୁ ଖଣିଜ ପଦାର୍ଥରୁ ଯୋଗାଣ ଓ ପରିବହନ କୁ ନିୟମିତ କରିବା ସକାଶେ ଲିଜ୍ ଧାରୀ ଙ୍କୁ ପରିବହନ ପାଇଁ ପ୍ରତ୍ୟକ ଗାଡି ପିଛା ବାର କୋଡ଼ ଲାଗିଥିବା ପାସ ପ୍ରଦାନ କରାଯିବା , ଛୋଟ ଛୋଟ ଖଣିଜ ପଦାର୍ଥର ବେଆଇନ୍ ପରିବହନ କୁ ଏଡାଇବା ପାଇଁ ଆବଶ୍ୟକୀୟ ସୂଚନା ସମ୍ପର୍କରେ ଡିସପ୍ଲେ ବୋର୍ଡ ଲଗାଇବା , ଅନୁଗୁଳ ଜିଲ୍ଲା ସକାଶେ ଲଘୁ ଖଣିଜ ଦ୍ରବ୍ୟ ଉଠାଇବା ସର୍ବଦା ଜରୁରୀ ଥିବାରୁ ଟ୍ରକ ଯୋଗେ ଦ୍ରବ୍ୟ ଉଠାଇବା ସକାଶେ କୌଣସି କଟକଣା କରା ନଯିବା , ଟ୍ରକ ମାଲିକ ଙ୍କ କୌଣସି ଦୋଷ ନଥିବାରୁ ଥାନା ପରିସରରେ ଗାଡି ଅଟକ ରଖା ନ ଯିବା ସହିତ ଆବଶ୍ୟକୀୟ ଜୋରିମାନା ଲିଜ୍ ଧାରୀ ଙ୍କ ଠାରୁ ଆଦାୟ କରାଯିବା ଆଦି ଦାବି ମାନ ଅନ୍ତର୍ଭୁକ୍ତ ରହିଛି । ହେଲେ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆ ଯାଉ ନାହିଁ । ଏଥିପାଇଁ ଏଭଳି ବନ୍ଦ ଡାକରା ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହା ଯାଇଛି ।ଏହି ଦାବି ପତ୍ର ସଂଘ ର ସମ୍ପାଦକ ନିର୍ମଳ କୁମାର ପ୍ରଧାନ ଙ୍କ ନେତୃତ୍ଵରେ ଅନାଦି ଚରଣ ସାହୁ, ସଭାପତି ଏବଂ ମାଲିକ ମାନଙ୍କ ପ୍ରମୁଖ ସ୍ଵାକ୍ଷର ପ୍ରଦାନ କରାଯାଇଛି। Advertisement
ଜିଲ୍ଲାରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ ଅନୁଗୁଳ – କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଣିକି ରାତି ୯ଟାରୁ…
ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି କୋର୍ ଏରିଆରେ ରାତ୍ରି ଭ୍ରମଣ – କାର୍ଯ୍ୟାନୁଷ୍ଠାନ ନେବେ କେବେ ? ଅନୁଗୁଳ – ଦେଶରେ ବ୍ୟାଘ୍ର ସଂରକ୍ଷଣର ଉତ୍ତମ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି, ଗତ ୨୦୨୫ ମସିହା ମେ ମାସରେ ବ୍ଯାଘ୍ର…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…