ମୁଖ୍ୟ ଖବର ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ – ଦୁଇ ଭଉଣୀ ମୃତ Angul OnlineJanuary 8, 2023January 8, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସମ୍ପର୍କରେ ଦୁଇ ଭଉଣୀ ହେବେ ବୋଲି ଜଣା ପଡିଛି । ସୂଚନା ଅନୁସାରେ କଟକ , ଗୋବିନ୍ଦପୁର ରାଣୀପଡା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା , ଯାଜ୍ଞସେନୀ ମହାରଣା ନାମକ ଦୁଇଜଣ ଯୁବତୀ ଦୁର୍ଯୋଧନ ମହାରଣାଙ୍କ ସହ ବସି ତାଳଚେର ଡେରା ଅଞ୍ଚଳକୁ ଯାଉଥିଲେ । ତେବେ ଗୋତମରା ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଟ୍ରକଟି ଲକ୍ଷ୍ମୀପ୍ରିୟା ଓଝା , ଯାଜ୍ଞସେନୀ ମହାରଣାଙ୍କ ଉପରେ ଚଢି ଯିବା ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ମୋଟରସାଇକେଲ ଚଲାଉଥିବା ଦୁର୍ଯୋଧନ ମଧ୍ୟ ଗୁରୁତର ହୋଇ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକଟିକୁ ଜାତତ କରିଛନ୍ତି । ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି । Advertisement
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…
ଋଣ ଭାର ସହି ନପାରି ଆତ୍ମହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ…
ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି ।…