ଆଞ୍ଚଳିକମୁଖ୍ୟ ଖବର ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ Angul OnlineJanuary 4, 2021January 4, 2021 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ ପରୋକ୍ଷ ଭାବେ ପ୍ରାୟ ୩୦ ହଜାର ଲୋକ ନିର୍ଭର କରନ୍ତି । ତେବେ ବର୍ତ୍ତମାନ କୋଇଲା ମନ୍ତ୍ରାଳୟର ନୂଆଁ ନିୟମ ଯୋଗୁଁ ଏମାନଙ୍କ ଜୀବନଜୀବିକା ସନ୍ଦିହାନରେ । କାରଣ ତାଳଚେର ଖଣି ଅଞ୍ଚଳରୁ ଏବେ ଟ୍ରକ ନୁହେଁ , କେବଳ ଟ୍ରେନ ଯୋଗେ କୋଇଲା ପରିବହନ କରାଯାଉଛି । ପୂର୍ବରୁ ଦୈନିକ ୩ ହଜାର ଟ୍ରକ କୋଇଲା ପରିବହନ କରୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମାତ୍ର ୧ ହଜାର ଟ୍ରକ କୋଇଲା ପରିବହନ କରି ପାରୁଛି । ଫଳରେ ଟ୍ରକ ମାଲିକ ମାନଙ୍କୁ କ୍ଷତି ସହିବାକୁ ପଡୁଛି । ପୂର୍ବରୁ କୋଇଲା ପରିବହନ ଟ୍ରେନ ଯୋଗେ ୬୦ ପ୍ରତିଶତ ଓ ଟ୍ରକ ଯୋଗେ ୪୦ ପ୍ରତିଶତ କୋଇଲାଖଣିରୁ କୋଇଲା ପରିବହନ ପାଇଁ ନିଷ୍ପତି ହୋଇଥିବା ବେଳେ ବର୍ତମାନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ ଲକଡାଉନ ପରେ କୋଇଲା ପରିବହନ ପାଇଁ ଟ୍ରେନ ଓ ଟ୍ରକରେ ସମାନ ପରିମାଣର ଅଫର ଏମ॰ସି॰ଏଲ॰ ଦେଇଥିବାରୁ ସମସ୍ତ କମ୍ପାନୀମାନେ ଟ୍ରେନ ଯୋଗେ କୋଇଲା ପରିବହନ କରି ନେଉଛନ୍ତି । ଫଳରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇପାରୁନାହିଁ । ଏହାକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟ୍ରକ ଯୋଗେ କୋଇଲା ପରିବହନ ପାଇଁ ଦାବି କରା ଯାଇଛି । ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖଠାରୁ ରେଳ ପଥ ଅବରୋଧ କରି କୋଇଲା ପରିବହନ ସମ୍ପୂର୍ଣ ବନ୍ଦ କରିବା ପାଇଁ ସଙ୍ଘ ଚେତାବନୀ ଦେଇଛି । Advertisement
ପଣସ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫…
ଦୁର୍ଘଟଣାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା । ବାଇକ ଏବଂ ଟ୍ରଲର ଧକ୍କା ହେବା…
ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା…
ନିୟମ ଦୃଷ୍ଟିରୁ ଠିକ୍ କରିଛନ୍ତି କାହିଁକି ନା ଟ୍ରକ ରେ କୋଇଲା ପରିବହନ ହେଲେ ରାସ୍ତା ର ଅଵସ୍ଥା ଵହୁତ ଖରାପ ହେବ ୧.କୋଇଲା ଗୁଣ୍ଡ ପଡି ରାସ୍ତା ରେ ଧୂଳି ଉଡିବ ୨.ପାଣିପଡିଲେ ସେ କାଦୁଅ ହେଵ ଏବଂ ଦୁର୍ଘଟଣା ମଧ୍ୟ ହେବ ୩.ଆଜି କାଲି ଟ୍ରକ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି ୪.ମାଲିକ ମାନେ ଗୋଟିଏ ଡ୍ରାଇଭର ରଖୁଛନ୍ତି ପୁଣି ୨୪ ଘଣ୍ଟା ମୋ ମତରେ ଏହା ଟ୍ରେନ ରେ ପରିଵହନ କଲେ ସଵୁ ସ୍ତରରେ ଭଲ ହେବ ଏବଂ ଦୁର୍ଘଟଣା ଶୂନ୍ୟ ହେଵ ଏହା ମୋର ମତ Reply
ନିୟମ ଦୃଷ୍ଟିରୁ ଠିକ୍ କରିଛନ୍ତି କାହିଁକି ନା ଟ୍ରକ ରେ କୋଇଲା ପରିବହନ ହେଲେ ରାସ୍ତା ର ଅଵସ୍ଥା ଵହୁତ ଖରାପ ହେବ
୧.କୋଇଲା ଗୁଣ୍ଡ ପଡି ରାସ୍ତା ରେ ଧୂଳି ଉଡିବ
୨.ପାଣିପଡିଲେ ସେ କାଦୁଅ ହେଵ ଏବଂ ଦୁର୍ଘଟଣା ମଧ୍ୟ ହେବ
୩.ଆଜି କାଲି ଟ୍ରକ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି
୪.ମାଲିକ ମାନେ ଗୋଟିଏ ଡ୍ରାଇଭର ରଖୁଛନ୍ତି ପୁଣି ୨୪ ଘଣ୍ଟା
ମୋ ମତରେ ଏହା ଟ୍ରେନ ରେ ପରିଵହନ କଲେ ସଵୁ ସ୍ତରରେ ଭଲ ହେବ ଏବଂ ଦୁର୍ଘଟଣା ଶୂନ୍ୟ ହେଵ ଏହା ମୋର ମତ